ଦିଲ୍ଲୀରେ ପୁଣି ବଢିଲା ଲକଡାଉନ ଅବଧି, ଆଉ ୬ଦିନ ବଢିଲା

ଦିଲ୍ଲୀରେ ପୁଣି ବଢିଲା ଲକଡାଉନ ଅବଧି, ଆଉ ୬ଦିନ ବଢିଲା

ଦିଲ୍ଲୀରେ ପୁଣି ବଢିଲା ଲକଡାଉନ ଅବଧି, ଆଉ ୬ଦିନ ବଢିଲା
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଅତି ଭୟଙ୍କର ରୂଦ ଧାରଣ କଲାଣି । ଛାତି ଥରାଇଦେଲା ଭଳି ହାରରେ ମାଡି ଚାଲିଛି କୋଭିଡର ଦ୍ୱିତୀୟ ଲହରୀ । ଦେଶରେ ଦୈନିକ ୩ ଲକ୍ଷ ଉପରେ କରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଆଜି ବି ଦେଶରୁ ୩ ଲକ୍ଷ ୪୯ ହଜାର ୬୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୨୭୬୭ ଜଣ ମୃତୁ୍ୟବରଣ କରିଛନ୍ତି । ଏବେ ମନେ ହେଉଛି ଯେମିତି କରୋନା ସୁନାମୀ ଗିଳିଯିବ ସାରା ଦେଶକୁ । କୋଭିଡ ଆରମ୍ଭ ହେବା ଦିନଠାରୁ ଏହା ବିଶ୍ୱରେ ସର୍ବାଧିକ ଦୈନିକ ସଂକ୍ରମଣ । ଏହା ଭିତରେ ସାମନାକୁ ଆସିଲା ଆଉ ଏକ ବଡ ଖବର । ତାହା ହେଲା ଦିଲ୍ଲୀରେ ପୁଣି ବଢିଲା ଲକଡାଉନ ଅବଧି, ଆଉ ୬ଦିନ ବଢିଲା । ଦେଶର ରାଜଧାନୀ ଦିଲ୍ଲୀରେ ଆଉ ୬ ଦିନ ଲକଡାଉନ ବଢିଲା । ମେ ୩ ତାରିଖ ଯାଏ ଲକଡାଉନ ଅବଧି ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଦିଲ୍ଲୀ ସରକାର ନିଷ୍ପତି ନେଇଛନ୍ତି । ପୂର୍ବରୁ ଏପ୍ରିଲ ୨୬ ତାରିଖ ଯାଏଁ ଲକଡାଉନ ଘୋଷଣା କରାଯାଇଥିଲା ।