ଦିବ୍ୟାଙ୍ଗଙ୍କ ପାଇଁ ଖୁସି ଖବର, ଏଣିକି ଟ୍ୟାକ୍ସ ଛାଡ଼

ଦିବ୍ୟାଙ୍ଗଙ୍କ ପାଇଁ ଖୁସି ଖବର, ଏଣିକି ଟ୍ୟାକ୍ସ ଛାଡ଼

ଦିବ୍ୟାଙ୍ଗଙ୍କ ପାଇଁ ଖୁସି ଖବର, ଏଣିକି ଟ୍ୟାକ୍ସ ଛାଡ଼

ନୂଆଦିଲ୍ଲୀ: ଦିବ୍ୟାଙ୍ଗଙ୍କ ପାଇଁ ଖୁସି ଖବର। ସେମାନଙ୍କ ପାଇଁ ଟ୍ୟାକ୍ସ ଛାଡ଼ କରାଯାଇଛି। ଏହା ସହିତ ଟ୍ୟାକ୍ସ କ୍ଷେତ୍ରରେ ସୁଧାର ଅଣାଯାଇଛି। ନୂଆ ଟ୍ୟାକସ୍ ରିଫର୍ମ ଯୋଜନା କରାଯାଇଛି। ସରକାରୀ କର୍ମଚାରୀଙ୍କ ପାଇଁ ଏନ୍‌ପିଏସ୍‌ ସୁବିଧା। ଏନ୍‌ପିଏସ୍‌ ଯୋଜନାରେ ୧୦% ଯାଗାରେ ୧୪ % ରହିବ। ଏନ୍ କୋ-ଅପରେଟଭିରେ ଟ୍ୟାକସରେ କାଟ କରାଯିବ। ପେନ୍‌ସନରେ ଟ୍ୟାକ୍ସରେ କୋହଳ। ବର୍ଚୁଆଲ୍‌ କରେନ୍ସିରେ ବଡ଼ ଟ୍ୟାକ୍ସ। ରୋଜଗାର ଉପରେ ୩୦% ଟ୍ୟାକ୍ସ ଦେବାକୁ ହେବ। କ୍ଷତି ହେଲେ ମଧ୍ୟ ଟ୍ୟାକ୍ସ ଦେବାକୁ ହେବ।  ଟ୍ୟାକ୍ସ ରିଟର୍ଣ୍ଣରେ ୨ ବର୍ଷର ସୁବିଧା।   ସଂସଦରେ ୨୦୨୨-୨୩ ଆର୍ଥôକ ବର୍ଷ ପାଇଁ ବଜେଟ ଉପସ୍ଥାପନ ଜାରି ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରୁଛନ୍ତି। ଏଥିରେ ଅର୍ଥମନ୍ତ୍ରୀ ଆହୁରି ବଡ଼ ଘୋଷଣା କରିଛନ୍ତି। ଘୋଷଣାର ରହିଛି ଆର୍‌ବିଆଇ ଆଣିବ ଡିଜିଟାଲ୍‌ କରେନ୍‌ସି।  ଡିଲିଟାଲ୍‌ ଟଙ୍କା ଜାରି କରାଯିବ। ପ୍ରଥମ କରି ଦେଶର ନିଜର ଡିଜିଟାଲ୍‌ କରୋନ୍‌ସି ଜାରି ହେବ। ୨୦୨୨-୨୩ ଆର୍ଥିକ ବର୍ଷରେ ଏହି କରୋନ୍‌ସି ଜାରି କରାଯିବ। ବ୍ଲାକ୍‌ ଚେନ୍ ଟେକ୍ନୋଲୋଜି ଅନୁଯାୟୀ ପ୍ରସ୍ତୁତ ହେବ ଡିଜିଟାଲ୍‌ କରୋନ୍‌ସି।