ଦୁଃଖଦ ଖବର , ଛୁଆ ହାତୀର ମୃତଦେହ ଉଦ୍ଧାର
ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ସୋରଡ଼ା ବନବିଭାଗ ଅଧିନସ୍ଥ ଗାଜଲବାଡ଼ି ଝରନାଳ ଠାରେ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର ହୋଇଛି । ଛୁଆ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଜନ୍ମ ହେବା ପରେ ପରେ ମୃତ ହୋଇଥିବା ବନ ବିଭାଗ ଅନୁମାନ କରୁଛି । ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୋରଡ଼ା ପଶୁ ଡାକ୍ତର ପହଞ୍ଚି ଛୁଆ ହାତୀର ମୃତଦେହକୁ ବ୍ୟବଚ୍ଛଦ କରିଛନ୍ତି । ପରେ ଉକ୍ତ ଜନ୍ମିତ ହାତୀ ଛୁଆର ମୃତଦେହକୁ ଘଟଣାସ୍ଥଳରେ ପୋତି ଦିଆଯାଇଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦାୟିତ୍ଵରେ ଥିବା ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିବା ପରେ ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି ଯେ, ହାତୀ ଛୁଆଟି ଦିନେ କିମ୍ବା ୨ଦିନ ପୂର୍ବରୁ ଜନ୍ମ ହୋଇଥିବା ଅନୁମାନ କରାଯାଉଛି । କାରଣ ଘଟଣାସ୍ଥଳରେ ଏବେ ବି ନାହି ଓ ଫୁଲ ପଡ଼ିଛି । ଯାହାକି ତାଜା ରହିଛି । ତେବେ ଅସାବଧାନତା ବଶତଃ ମାଆ ହାତୀ ଚକୁଡି ଦେବା କାରଣରୁ ହୁଏତ ହାତୀ ଛୁଆଟିର ମୃତ୍ୟୁ ଘଟିଥାଇପାରେ ବୋଲି ସେ ସନ୍ଦେହ କରୁଥିବା ଉଲ୍ଲେଖ କରିଛନ୍ତି ।




admin 