ତାମିଲନାଡୁର ସାମ୍ବାଦିକଙ୍କୁ ପିଟି ପିଟି ହତ୍ୟା

ତାମିଲନାଡୁର ସାମ୍ବାଦିକଙ୍କୁ ପିଟି ପିଟି ହତ୍ୟା

ତାମିଲନାଡୁର ସାମ୍ବାଦିକଙ୍କୁ ପିଟି ପିଟି ହତ୍ୟା
ଚେନ୍ନାଇ: ଜମି ଜବରଦଖଲ ଓ ଗଞ୍ଜେଇ ଚୋରାଚାଲାଣ ସମ୍ପର୍କିତ ଖବର ପ୍ରସାରଣ ଯୋଗୁଁ ତାମିଲନାଡୁର ଜଣେ ଯୁବ ସାମ୍ବାଦିକଙ୍କୁ ଦୁଇ ଜଣ ଦୁର୍ବୃର୍ତ୍ତ ରବିବାର ରାତିରେ ହତ୍ୟା କରିଛନ୍ତି । ମୃତ ସାମ୍ବାଦିକଙ୍କ ନାମ ମୋଜେସ (୨୯) ଓ ସେ ଏକ ତାମିଲ ଟିଭି ଚାନେଲର ପ୍ରତିନିଧି ଥିଲେ । ଚେନ୍ନାଇ ନିକଟ କୁନ୍ଦ୍ରାତୁରସ୍ଥିତ ବାସଭବନ ନିକଟରେ ମୋଜେସଙ୍କୁ ପିଟିପିଟି ହତ୍ୟା କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ପୁଲିସ ଗିରଫ କରିଛି । ସେମାନେ ସ୍ଥାନୀୟ ଏକ ଅସାମାଜିକ ଗୋଷ୍ଠୀର ସଦସ୍ୟ । ମୋଜେସଙ୍କ ବାପାଙ୍କ ସୂଚନାନୁଯାୟୀ, ପୁଅ ରାତିରେ ଘରୁ ବାହାରିବାବେଳେ ଦୁଇ ଜଣ ଯୁବକ ତାଙ୍କୁ କିଛି ପଚାରିଥିଲେ ଏବଂ ହଠାତ ଲୁହା ଜଞ୍ଜିରରେ ପିଟିବା ଆରମ୍ଭ କରିଥିଲେ । ପୁଅର ଚିକ୍ରାର ଶୁଣି ବାପା ସେଠାକୁ ଗଲାବେଳକୁ ଦୁର୍ବୃର୍ତ୍ତମାନେ ପଳାଇ ଯାଇଥିଲେ । ସେ ତୁରନ୍ତ ମୋଜେସଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ସୁଫଳ ମିଳିନଥିଲା । ମୋଜେସଙ୍କୁ କିଛି ଲୋକ ପୂର୍ବରୁ ଧମକଚମକ ଦେଉଥିବା ସେ ପୁଲିସକୁ କହିଛନ୍ତି ।