ତପ୍ତପାଣିରେ ଓଲଟିଲା ଓଜେଇଇ ପରୀକ୍ଷାର୍ଥୀଙ୍କ ବସ୍ : ୨୦ ରୁ ଅଧିକ ଆହତ
ତପ୍ତପାଣିରେ ଓଲଟିଲା ଓଜେଇଇ ପରୀକ୍ଷାର୍ଥୀଙ୍କ ବସ୍ : ୨୦ ରୁ ଅଧିକ ଆହତ
admin
Oct 16, 2020 - 05:44
Updated: Oct 16, 2020 - 05:44
ବ୍ରହ୍ମପୁର: ରାତିରେ ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ପୁଣି ଘଟିଛି ବସ ଦୁର୍ଘଟଣା । ଓଜେଇଇ ପ୍ରବେଶିକା ଦେବା ଲାଗି ପ୍ରାୟ ୬୦ ଛାତ୍ରଛାତ୍ରୀଙ୍କୁ ନେଇ ଭୁବନେଶ୍ୱର ଯାଉଥିବା ବସଟି ଘାଟିରୁ ଗଡ଼ୁଥିବା ବେଳେ ପାଲୁଖଳା ବୁଲାଣିରେ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସି ପଡ଼ିଛି । ଫଳରେ ୨୦ ରୁ ଊଦ୍ଧ୍ୱର୍ ଆହତ ହୋଇଥିବା ବେଳେ ୧୦ ଜଣଙ୍କ ଅବସ୍ଥା ସଂକଟାପନ୍ନ ହୋଇଛି । ଅଗ୍ନିଶମ ବାହିନୀ ପ୍ରାୟ ୨୦ ଜଣ ଆହତଙ୍କୁ ଉଦ୍ଧାର କରି ନିଜସ୍ୱ ଗାଡ଼ିରେ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଛି । ଗଜପତି ଜିଲ୍ଲାର ଚାନ୍ଦିପୁଟଠାରେ ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବସଟି ରାତିରେ ଭୁବନେଶ୍ୱର ବାହାରିଥିଲା । ବସ ଓଇଆର-୦୨ ବିଏସ-୦୨୬୮ ତପ୍ତପାଣି ଘାଟି ଓହ୍ଲାଉଥିବା ବେଳେ ପାଲୁଖରା ବୁଲାଣିରେ ଭାରସାମ୍ୟ ହରାଇ ଘାଟି ପାଶ୍ୱର୍କୁ ୨୦ ଫୁଟ ତଳକୁ ଖସି ପଡିଥିଲା । ଖବର ପାଇଁ ତୁରନ୍ତ ଘଟଣା ସ୍ଥଳରେ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଓ ପାଟପୁର ଥାନା ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସୂଚନା ଯୋଗ୍ୟ, ତପ୍ତପାଣି ଘାଟିର ଏହି ପାଲୁଖଳା ବୁଲାଣି ବାରମ୍ବାର ଦୁର୍ଘଟଣା ଘଟୁଛି । ଗତ ଜାନୁଆରି ମାସରେ ବସ ଦୁର୍ଘଟଣାରେ ୭ ଜଣଙ୍କ ମୃତୁ୍ୟ ଘଟିଥିଲା । ସେପ୍ଟେମ୍ବର ୧୯ରେ ରାୟଗଡ଼ାରୁ କଟକ ଯାଉଥିବା କାଗଜ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅକ୍ଟୋବର ୪ରେ ରାୟଗଡ଼ାରୁ କଟକ ଯାଉଥିବା ଆଉ ଏକ କାଗଜ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।