ଡିସିପି ଅଫିସ ଘେରିଲା ବିଜେପି

ଡିସିପି ଅଫିସ ଘେରିଲା ବିଜେପି

ଡିସିପି ଅଫିସ ଘେରିଲା ବିଜେପି

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ନେଇ ଭୁବନେଶ୍ୱରରେ ଡିସିପି ଅଫିସ ଘେରିଛି ବିଜେପି ଯୁବମୋର୍ଚ୍ଚା । ଶତାଧିକ କର୍ମୀ ଶୋଭାଯାତ୍ରାରେ ଯାଇ ଡିସିପି ଅଫିସ ଆଗରେ ବିକ୍ଷୋଭ କରିଛନ୍ତି । ମମିତାଙ୍କ ହତ୍ୟା ଷଡ଼ଯନ୍ତ୍ରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ତାଙ୍କ ନାଁରେ ମାମଲା ରୁଜୁ କରିବା ସହ ମାମଲାର ସିବିଆଇ ତଦନ୍ତ କରିବାକୁ ବିଜେପି ଦାବି କରିଛି । ଏହାସହ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରିବାକୁ ଦାବି ତେଜିଛି ବିଜେପି ।

  ବିଜେପି ଜିଲ୍ଲା ସଭାପତି ବାବୁ ସିଂ ଏହି ବିକ୍ଷୋଭରେ ସାମିଲ ହୋଇ କହିଛନ୍ତି,  ମନ୍ତ୍ରୀଙ୍କ ସଂପୃକ୍ତିର ଗଦାଗଦା ପ୍ରମାଣ ମିଳିଲାଣି । ଜଳଜଳ ହୋଇ ଦିଶୁଛି, ଗୋବିନ୍ଦ ସହ ମନ୍ତ୍ରୀଙ୍କର ସମ୍ପର୍କ କ’ଣ ଥିଲା । ଏତେ ସବୁ ପରେ ବି ନବୀନ ସରକାର ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ସାଜି ସବୁ ଅନ୍ୟାୟକୁ ନୀରବ ସମର୍ଥନ ଦେଉଛନ୍ତି। ଏହାକୁ ବରଦାସ୍ତ କରାଯିବନି । ବିଜେପି ଆନେ୍ଦାଳନ ଜାରି ରଖିବ । 

  ଭୁବନେଶ୍ୱର ସହ ଛତ୍ରପୁରରେ ବି ବିଜେପି ଯୁବମୋର୍ଚ୍ଚା ଆଜି ଆନେ୍ଦାଳନକୁ ଓହ୍ଲାଇଛି । ଗଞ୍ଜାମ ଏସପିଙ୍କ ଦପ୍ତରକୁ ମଧ୍ୟ ବିଜେପି ଘେରାଉ କରିଛି । ବିଜେପି ପକ୍ଷରୁ ମମିତା ମେହେରଙ୍କ ହତ୍ୟାକାଣ୍ଡ ନେଇ ରାଜ୍ୟ ସରକାରଙ୍କୁ ଲଗାତାର ଆକ୍ରମଣ କରାଯାଉଛି । ସବୁ ଛାମୁଆ ସଂଗଠନ ସହ ରାଜ୍ୟ ନେତୃମଣ୍ଡଳୀ ଏ ପ୍ରସଙ୍ଗରେ ସରକାରଙ୍କୁ ଘେରୁଛନ୍ତି ।