ଡିମ୍ପଲ ମିଛ କହୁଛନ୍ତି, ମୋତେ ବରବାଦ କରିଦେଲେଣି
ଡିମ୍ପଲ ମିଛ କହୁଛନ୍ତି, ମୋତେ ବରବାଦ କରିଦେଲେଣି
ଭୁବନେଶ୍ୱର: ଡ଼ିମ୍ପଲ, ମୋତେ ବରବାଦ କରିଦେଲେ। ଫେରାର ଓ ନିଖୋଜ ଘଟଣା ସବୁ ମିଛି। ମୋ ନାଁରେ ଅପପ୍ରଚାର କରାଯାଉଛି। ମୁଁ ଅସୁସ୍ଥ ଅଛି ବୋଲି ଜଣାଇଛି। ଅସୁସ୍ଥ ଭିତରେ ବି ମୁଁ ସାଙ୍ଗମାନଙ୍କ ସହ ଘର ଖୋଜୁଛି। ସାତ ଦିନ ଭିତରେ ଆମ ଭିତରେ କିଛି ଭଲ ସମ୍ପର୍କ ହୋଇନି। ଯାହା ଅସୁବିଧା ହୋଇଛି, ଆସିକା ଥାନା ଦ୍ଵାରା SDJMଙ୍କୁ ଜଣାଇଛି। ଏପରି କହିଛନ୍ତି ଡ଼ାକ୍ତର ସୁମିତ।
ବାସ୍ତବରେ ବହୁ ଚର୍ଚ୍ଚିତ ବହ୍ମପୁର ଡିମ୍ପଲ-ସୁମିତ ମାମଲା ଏବେ ନୂଆ ମୋଡ ନେବାକୁ ଯାଉଛି । କୋର୍ଟ ଉଭୟଙ୍କୁ ଭଡା ଘରେ ନେଇ ରହିବାର ନିର୍ଦ୍ଦେଶ ଦେଇଥିଲେ। ଏକାଠି ରହିଲେ ଉଭୟଙ୍କ ଭିତରେ ଆତ୍ମିୟତା ବଢିବ ଓ ସମ୍ପର୍କ ସୁଦୃଢ ହେବ ବୋଲି କୋର୍ଟ ଏମିତି ଗୋଟିଏ ନିଷ୍ପତ୍ତି ଶୁଣାଇଥିଲେ। ହେଲେ ଭଡା ଘର ଖୋଜିବା ବାହାନାରେ ପତ୍ନୀ ଡିମ୍ପଲଙ୍କୁ ଛାଡି ଚମ୍ପଟ ମାରିଲେ ସୁମିତ୍। କିନ୍ତୁ ସୁମିତଙ୍କ ଓକିଲ କହିଥିଲେ ସେ ଫେରାର ହୋଇନାହାନ୍ତି। ତାଙ୍କ ଦେହ ଖରାପ ଅଛି।
ସୁମିତ ଏମିତି ମିଛ କଥା କହି ଠକି ଚାଲିଛନ୍ତି ବୋଲି ଗୁରୁତର ଅଭିଯୋଗ କରୁଛନ୍ତି ଡିମ୍ପଲ । ଏହି ଘଟଣାର ଆଗାମୀ ଶୁଣାଣି ୧୭ ତାରିଖରେ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।