ଡିଜେ ଗାଡ଼ି ଓଲଟି ଜଣେ ମୃତ, ୧୦ ଗୁରୁତର
ଡିଜେ ଗାଡ଼ି ଓଲଟି ଜଣେ ମୃତ, ୧୦ ଗୁରୁତର
ଧର୍ମଗଡ: ଡିଜେ ଗାଡି ଓଲଟି ଜଣଙ୍କ ଜୀବନ ଚାଲିଯାଇଛି। ଏଥିରେ ୧୦ରୁ ଅଧିକ ଗୁରୁତର ଆହତ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଗୋଲାମୁଣ୍ଡାରୁ ବିବାହ ପ୍ରୋସେସନ୍ ସାରି ଡିଜେ ଗାଡି ଫେରୁଥିବାବେଳେ ଧର୍ମଗଡ-ଜୁନାଗଡ ରାସ୍ତା ବଣ୍ଡାକୁଟୁରା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ଘଟଣାସ୍ଥଳରେ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କୁ ଜୁନାଗଡ ଓ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିସôା ଜାରି ରହିଛି ।




admin 