ଟ୍ରେନ ଧକ୍କାରେ ୩ ହାତୀ ମୃତ

ଟ୍ରେନ ଧକ୍କାରେ ୩ ହାତୀ ମୃତ

ଟ୍ରେନ ଧକ୍କାରେ ୩ ହାତୀ ମୃତ

ଚମ୍ପୁଆ:  ଟ୍ରେନ ଧକ୍କାରେ ୩ ହାତୀଙ୍କ ମୃତୁ୍ୟ ହୋଇଛି । ଏହି ଅଭାବନୀୟ ଘଟଣା ଗତକାଲି ସନ୍ଧ୍ୟା  ସମୟରେ କେନ୍ଦୁଝର ଜିଲ୍ଲାର ଯୋଡା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଘଟିଯାଇଛି । ଏଥିରେ ଗୋଟିଏ ମାଇ ହାତୀ ସମେତ ୨ ଛୁଆ ହାତୀ ଗୁରୁତର ହୋଇ ପଡିଥିଲେ । ସେମାନଙ୍କ ମଧ୍ୟରୁ ଗତ ରାତିରେ ଗୋଟିଏ ଛୁଆ ହାତୀର ମୃତୁ୍ୟ ହୋଇଥିଲା । ଆଜି ସକାଳୁ ଆଉ ଏକ ଛୁଆ ହାତୀ ଓ ଏକ ମାଇ ହାତୀର ମୃତୁ୍ୟ ହୋଇଛି ।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା  ସମୟରେ  ଏକ ୧୯ ଟିକିଆ ହାତୀପଲ କେନ୍ଦୁଝର ଜିଲ୍ଲାର ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ରେଳ ଧାରଣା ପାରି ହେଉଥିଲେ  । ଏହି ସମୟରେ  ବାଂଶପାଣୀ-ଜୁରୁଡ଼ି ରେଳପଥର ୪୦୪ ନମ୍ବର ପିଲାର ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ମାଲବାହୀ ଟ୍ରେନ ହାତୀପଲଙ୍କୁ ଧକ୍କା ଦେଇଥିଲା  ।
ଫଳରେ ଟ୍ରେନ୍ ଧକ୍କାରେ ଗୋଟିଏ ମାଈ ହାତୀ ସହ ଦୁଇଟି ହାତୀଛୁଆ ଗୁରୁତର ଆହତ ହୋଇଥିଲେ  । ଘଟଣା ଜଣାପଡିବା ପରେ ବନ ବିଭାଗର ଅଧିକାରୀ ଓ ରେଲୱେର ରେସକୁ୍ୟ ଟିମ୍ ଘଟଣାସ୍ଥଳରେ ପହଂଚିଥିଲେ । ତେବେ ଅନ୍ୟ ହାତୀମାନେ ଆହତ ହାତୀମାନଙ୍କୁ ଘେରି ରହିଥିବାରୁ ଚିକିସôା ଆରମ୍ଭରେ ବିଳମ୍ବ ହେଲା ।   ଚିକିସôା ଚାଲିଥିଲାବେଳେ ଗତ ରାତିରେ ଗୋଟିଏ ଛୁଆ ହାତୀର ମୃତୁ୍ୟ ହୋଇଥିଲା  । ଆଜି ଭୋରରୁ  ମାଇ ହାତୀ ଓ ଆଉ ଏକ ଛୁଆ ହାତୀର ମୃତୁ୍ୟ ହୋଇଛି  । ଏ ଦୁର୍ଘଟଣାକୁ ନେଇ ରେଲୱେ  କିମ୍ବା ବନବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି  ।