ଟ୍ରକ୍ ତଳେ ଚାପି ହୋଇ ତିନି ମୃତ
ଟ୍ରକ୍ ତଳେ ଚାପି ହୋଇ ତିନି ମୃତ
admin
Oct 20, 2020 - 11:51
Updated: Oct 20, 2020 - 11:51
ଭୁବନେଶ୍ୱର:ମୟୂରଭଞ୍ଜର ରରୁଆଁ ନିକଟରେ ଟ୍ରକ୍ ତଳେ ଚାପି ହୋଇ ତିନିଜଣ ମୃତ୍ୟୁବରଣ କରିଛନ୍ତି । ତିନିଜଣ ଗୋଟିଏ ସ୍କୁଟିରେ ଯାଉଥିବାବେଳେ ଟ୍ରକ୍ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଘଟିବା ସମୟରେ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଦୁଇ ଘଣ୍ଟାର ଉଦ୍ୟମ ପରେ ଦୁଇଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲ । ମିଳିଥିବାସୂଚନା ଅନୁସାରେ ମୟୂରଭଞ୍ଜ ଏନ୍ଏଚ୍ ଫୁଲଗୋନ୍ଥାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରାସ୍ତାରେ ଯାଉଥିବା ଏକ ସ୍କୁଟିକୁ ଟ୍ରକ୍ ଧକ୍କା ଦେବା ଫଳରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ତିନିଜଣ ଗୋଟିଏ ସ୍କୁଟିରେ ଯାଉଥିବାବେଳେ ଟ୍ରକ୍ ଧକ୍କା ଦେଇଥିଲା । କିଛି ଘଣ୍ଟା ଧରି ଟ୍ରକ୍ର ଚକ ତଳେ ତିନିଜଣ ଚାପି ହୋଇ ରହିଯାଇଥିଲେ । ଜଣକ ଅଣ୍ଟା ଉପରେ ଟ୍ରକ୍ଟି ମାଡିଯାଇଥିବାବେଳେ ଅନ୍ୟ ଦୁଇଜଣଙ୍କର ଛାତି ଉପରେ ଟ୍ରକ୍ ରହିଥିଲା । ମୃତକଙ୍କ ପରିଚୟ ଏବେ ସୁଦ୍ଧା ମିଳିପାରିନାହିଁ ।