ଟେଲିଫୋନ ଟାୱାର ପାଇଁ ବିଧାନସଭାରେ ଉଦବେଗ
ଟେଲିଫୋନ ଟାୱାର ପାଇଁ ବିଧାନସଭାରେ ଉଦବେଗ
ଭୁବନେଶ୍ବର: ଗାଁରେ ଟେଲିଫୋନ ଟାୱାର ନଥିବାରୁ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ବର୍ତ୍ତମାନ ଟେକ୍ନୋଲୋଜିର ସମୟ ହୋଇଥିବାରୁ ଅଧିକରୁ ଅଧିକ ଟେଲିଫୋନ ଟାୱାର ନିର୍ମାଣ କରାଯାଉ ବୋଲି ଉଭୟ ଶାସକ ଓ ବିରୋଧୀ ସଦସ୍ୟ ଏହି ଦାବି କରିଛନ୍ତି । ଏହା ଉପରେ ବିଧାନସଭାରେ ଆଇଟି ମନ୍ତ୍ରୀ ତୁଷାର କାନ୍ତି ବେହେରା କହିଛନ୍ତି, ''୩,୦୯୩ ଗାଁରେ ୪୯୩ଟି ଟେଲିଫୋନ ଟାୱାର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏନେଇ କେନ୍ଦ୍ର ସରକାର ମଧ୍ୟ ଅନୁମତି ଦେଇଛନ୍ତି । ସେଥିରୁ ୧୫୮ଟି ଟାୱାର ନିର୍ମାଣ ସରିଛି । ଆଉ ୩୨୫ଟି ଟେଲିଫୋନ ଟାୱାର ନିର୍ମାଣ ହେବ । ଏହାବାଦ୍ ୧୦୦ଟି ଅଧିକ ଟେଲିଫୋନ ଟାୱାର ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଛି । ବର୍ତ୍ତମାନ ସରକାରୀ କାର୍ୟ୍ୟାଳୟ ଉପରେ ଟେଲିଫୋନ ଟାୱାର ନିର୍ମାଣ କରିବା ପାଇଁ ଯୋଜନା କରାଯାଉଛି ।''




admin 