ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ ୨୩ ଟି ରାଜ୍ୟରେ ମାଗଣା ଟିକା

ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ ୨୩ ଟି ରାଜ୍ୟରେ ମାଗଣା ଟିକା

ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ ୨୩ ଟି ରାଜ୍ୟରେ ମାଗଣା ଟିକା
ନୂଆଦିଲ୍ଲୀ: ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ ୨୩ ଟି ରାଜ୍ୟ ମାଗଣା ଟିକା ଦେବେ ବୋଲି ଘୋଷଣା କରିଛନ୍ତି । କିଛି ରାଜ୍ୟ ସମସ୍ତଙ୍କ ପାଇଁ ମାଗଣା ଟିକା ଘୋଷଣା କରିଥିବାବେଳେ ଆଉ କିଛି ରାଜ୍ୟ କେବଳ ୧୮ରୁ ୪୫ ବର୍ଷ ବୟସ ମଧ୍ୟରେ ମାଗଣା ଟିକା ଦେବେ ବୋଲି କହିଛନ୍ତି । ଏଯାବତ ଦେଶରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି, ସ୍ୱାସ୍ଥ୍ୟ କର୍ମୀ ଏବଂ ଆଗଧାଡ଼ିର କର୍ମୀ ୧୪,୧୯ କୋଟିରୁ ଅଧିକ ଡୋଜ୍ ଟିକା ନେଇ ସାରିଛନ୍ତି । ଆସନ୍ତା ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତେ ଟିକା ନେବେ । ତେବେ ସଂକ୍ରମଣ ଲଗାତାର ଭାବେ ବଢ଼ି ଚାଲିଥିବାରୁ ଦେଶରେ ୨୩ଟି ରାଜ୍ୟ ମାଗଣା ଟିକା ଘୋଷଣା କରିଛନ୍ତି । ଏହି ୨୩ଟି ରାଜ୍ୟ ହେଉଛି ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଂଜାବ, ହରିୟାଣା, ମଧ୍ୟପ୍ରଦେଶ, ଛତିଶଗଡ଼, ସିକ୍କିମ, ପଶ୍ଚିମବଙ୍ଗ, ଆସାମ, ଗୋଆ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ଓଡ଼ିଶା, ଦିଲ୍ଲୀ, ଜମ୍ମୁ କାଶ୍ମୀର, ହିମାଚଳପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ କର୍ଣ୍ଣାଟକ । ଅଧିକାଂଶ ରାଜ୍ୟ ସମସ୍ତଙ୍କ ପାଇଁ ମାଗଣା ଟିକା ଘୋଷଣା କରିଥିବାବେଳେ କେବଳ ଜମ୍ମୁ କାଶ୍ମୀର, ହିମାଚଳପ୍ରଦେଶ, ଗୋଆ, ସିକ୍କିମ, କର୍ଣ୍ଣାଟକ, ଝାଡ଼ଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ଗୁଡ଼ିକ ୧୮ରୁ ୪୫ ବର୍ଷ ବୟସ ମଧ୍ୟରେ ନାଗରିକଙ୍କୁ ମାଗଣା ଟିକା ଦେବେ ବୋଲି ଘୋଷଣା କରିଛନ୍ତି ।