ଟିଏମସିରେ ଯୋଗ ଦେଲେ ମନୋଜ ତିୱାରୀ

ଟିଏମସିରେ ଯୋଗ ଦେଲେ ମନୋଜ ତିୱାରୀ

ଟିଏମସିରେ ଯୋଗ ଦେଲେ ମନୋଜ ତିୱାରୀ
କୋଲକତା: ବେଙ୍ଗଲ କି୍ରକେଟର ମନୋଜ ତିୱାରୀ ବୁଧବାର ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ରେ ଯୋଗ ଦେଇଛନ୍ତି । ଆଗାମୀ ବିଧାନସଭା ନିର୍ବାଚନରେ ସେ ହାୱଡା ଜିଲ୍ଲା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି । ୩୫ ବର୍ଷୀୟ ଏହି ବେଙ୍ଗଲ ଖେଳାଳି ଭାରତ ପକ୍ଷରୁ ସୀମିତ ଓଭର କି୍ରକେଟ ଖେଳିଥିଲେ । ସେ ନିକଟରେ ହାୱଡା ଜିଲ୍ଲା ତୃଣମୂଳ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିବା କ୍ରିକେଟର ଲକ୍ଷ୍ମୀ ରତନ ଶୁକ୍ଳାଙ୍କ ସ୍ଥାନ ନେବାର ସମ୍ଭାବନା ରହିଛି । ୩୯ ବର୍ଷୀୟ ଶୁକ୍ଳା ସମ୍ପ୍ରତି ହାୱଡା (ଉତ୍ତର) ବିଧାୟକ ଅଛନ୍ତି । ଆଜିଠୁ ନୂଆ ଆରମ୍ଭ ହେଲା । ରାଜନୀତିରେ ଆଗକୁ ବଢ଼ିବା ପାଇଁ ଆପଣଙ୍କ ଶ୍ରଦ୍ଧା ଓ ସହଯୋଗ ଆବଶ୍ୟକ କରୁଛି’ ବୋଲି ତିୱାରୀ ଟ୍ୱିଟରରେ ପ୍ରକାଶ କରିଛନ୍ତି ।