ଟାଟା-ମିସ୍ତ୍ରୀ ବିବାଦ, ମିସ୍ତ୍ରୀ ପରିବାରର ଅଂଶଧନ କିଣିବାକୁ ରାଜି ଟାଟା

ଟାଟା-ମିସ୍ତ୍ରୀ ବିବାଦ, ମିସ୍ତ୍ରୀ ପରିବାରର ଅଂଶଧନ କିଣିବାକୁ ରାଜି ଟାଟା

ଟାଟା-ମିସ୍ତ୍ରୀ ବିବାଦ, ମିସ୍ତ୍ରୀ ପରିବାରର ଅଂଶଧନ କିଣିବାକୁ ରାଜି ଟାଟା
ନୂଆଦିଲ୍ଲୀ: ଟାଟା ଗ୍ରୁପ ଏବଂ ଏହାର ସବୁଠାରୁ ବଡ଼ ସଂଖ୍ୟା ଲଘୁ ଅଂଶୀଦାର ମିସ୍ତ୍ରୀ ପରିବାର ମଧ୍ୟରେ ସେୟାରକୁ ନେଇ ବର୍ଷେ ହେବ ବିବାଦ ଲାଗି ରହିଛି । ଟାଟା ଗ୍ରୁପ ଏହି ବିବାଦକୁ ସମାପ୍ତ କରିବା ପାଇଁ ପାଦ ବଢ଼ାଇଛି । କମ୍ପାନୀର କହିବାନୁସାରେ, ଏହା ମିସ୍ତ୍ରୀ ପରିବାରର ସେୟାର କିଣି ବିବାଦକୁ ଶେଷ କରିଦେବାକୁ ଚାହେଁ । ଟାଟା ସନ୍ସର ଓକିଲ ମଙ୍ଗଳବାର ସୁପି୍ରମକୋର୍ଟଙ୍କ ଆଗରେ କହିଛନ୍ତି ଯେ, ନଗଦ ସଙ୍କଟରେ ଥିବା ସାପୁରଜୀ ପାଲୋଞ୍ଜି ଗ୍ରୁପର ୧୮% ଅଂଶଧନକୁ ଟାଟା ଗୁ୍ରପ କିଣିବାକୁ ରାଜି ଅଛି । ସୂଚନା ଯୋଗ୍ୟ ସାପରୁଜା ପାଲୋଞ୍ଜି ଗ୍ରୁପ ନିଜର ଋଣ ପରିଶୋଧ ପାଇଁ ଟଙ୍କା ଏକତ୍ର କରିବାକୁ ଚାହେଁ । କିନ୍ତୁ ଏହା ଅଂଶଧନ ବିକି୍ର କରିବା ବଦଳରେ ସେୟାର ବନ୍ଧକ ରଖି କରଜ ନେବାକୁ ଚାହେଁ । ଟାଟା ଗ୍ରୁପ ଅନୁସାରେ ଏହା କମ୍ପାନୀ ପାଇଁ ରିସ୍କପୂର୍ଣ୍ଣ ପଦକ୍ଷେପ ହେବ । ଏହା ମାଧ୍ୟମରେ ଏକଳି ନିବେଶକଙ୍କ ହାତକୁ ସେୟାର ଯାଇପାରେ ଯେଉଁମାନେ ଆଗକୁ କମ୍ପାନୀକୁ କ୍ଷତି ପହଞ୍ଚାଇପାରନ୍ତି । ୨୮ ଅକ୍ଟୋବର ପର୍ଯ୍ୟନ୍ତ ଟାଟା ଗ୍ରୁପର କୌଣସି ଶେୟାର ବିକି୍ର ନ କରିବା ପାଇଁ ତଥା ବନ୍ଧକ ନ ରଖିବା ପାଇଁ ସୁପି୍ରମକୋର୍ଟ ମସ୍ତ୍ରୀ ଗ୍ରୁପକୁ ନିଦେ୍ର୍ଧଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣୀ ଅକ୍ଟୋବର ୨୮ରେ ହେବ ।