ଟ୍ରକକୁ ପଛରୁ ପିଟିଲା ପିକଅପ ଭ୍ୟାନ, ଦୁଇ ମୃତ୍ୟୁ

ଟ୍ରକକୁ ପଛରୁ ପିଟିଲା ପିକଅପ ଭ୍ୟାନ, ଦୁଇ ମୃତ୍ୟୁ

ଭୁବନେଶ୍ୱର : ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ରାଜଧାନୀ ଉପକଣ୍ଠ ପିତାପଲି ଛକ ନିକଟରେ ଏକ ଟ୍ରକ ଓ ପିକଅପ ଭ୍ୟାନ ମଧ୍ୟରେ ଧକ୍କା ହେବା ଫଳରେ ଦୁଇଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାଯାଇଛି।

ପିକଅପ ଭ୍ୟାନ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ପିତାପଲି ଛକର ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ପିକଅପ ଭ୍ୟାନରେ ଥିବା ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ସ୍ଥାନୀୟ  ପୁଲିସ ଉଭୟ ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ପୁଲିସ ଅଧିକ ତଦନ୍ତ କରୁଛି।