ଟ୍ରକକୁ ଧକ୍କା ଦେଲା ଟ୍ରକ୍ ଜଣେ ଗୁରୁତର

ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର କୁଣ୍ଡପୁର ଛକ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣା, ଜଣେ ଗୁରୁତର। ସୂଚନା ଅନୁସାରେ ରାଜପଥ ଉପରେ ବାଲେଶ୍ଵରରୁ ଜଳେଶ୍ଵର ପଟକୁ ଆଗପଛ ହୋଇ ଦୁଇଟି ଟ୍ରକ ଓଭରଟେକ କରୁଥିବା ସମୟରେ ବାମପଟ ଦେଇ ହଠାତ୍ ଏକ ବୋଲେରୋ ଆସିଯିବାରୁ ଓଭରଟେକ କରୁଥିବା (AP39W1082) ଗାଡିଟି ଆଗରେ ଯାଉଥିବା (AP39U3569)ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଟ୍ରକ ଡ଼୍ରାଇଭର ଗୁରୁତର ହୋଇଥିବା ବେଳେ, ସ୍ଥାନୀୟପୁଲିସ ଓସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ିର ଡୋର କାଟି ଡ୍ରାଇଭର କୁ ଉଦ୍ଧାର କରି ବସ୍ତା ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ତେବେ ଦୁର୍ଘଟଣା ଗସ୍ତ ଉଭୟ ଗାଡ଼ି ଆନ୍ଧ୍ର ପ୍ରଦେଶର ହୋଇଥିବା ବେଳେ ଗୁରୁତର ଡ୍ରାଇଭର ପରିଚୟ ଜଣାପଡିନାହିଁ।