ଝାଡ଼ା ରୋଗୀକୁ କଣନଖା ଔଷଧ

ଝାଡ଼ା ରୋଗୀକୁ କଣନଖା ଔଷଧ

ଝାଡ଼ା ରୋଗୀକୁ କଣନଖା ଔଷଧ

ପାରାଦୀପ: ଝାଡ଼ା ରୋଗୀକୁ କଣନଖା ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ପାରାଦୀପ ଅନ୍ତର୍ଗତ ଅଠରବାଙ୍କୀ ସରକାରୀ ଡାକ୍ତଖାନାରେ ।  ସୂଚନା ଅନୁସାରେ ଶିଶୁଟି ଝାଡା ହେଉଥିବାରୁ ତାକୁ ପରିବାର ଲୋକେ ଅଠରବାଙ୍କୀ ସରକାରୀ ଡାକ୍ତଖାନାକୁ ଚିକିସôା ପାଇଁ ଆଣିଥିଲେ । ଶିଶୁଟିକୁ ଡାକ୍ତର ଦେଖିସାରିବାପରେ ଔଷଧ ଲେଖିଥିଲେ ।  ପରିବାର ଲୋକେ ପ୍ରେସ୍କି୍ରପ୍ସନ୍ ଦେଖାଇ ନିରାମୟ କେନ୍ଦ୍ରରୁ ଔଷଧ ଆଣିଥିଲେ । ତେବେ ନିରାମୟ କେନ୍ଦ୍ରରୁ ଭୁଲ୍ ଓଷଧ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ଔଷଧ ଖାଇବା ପରେ ଶିଶୁଟିର ଖୁବ୍ ଜୋରରେ ବାନ୍ତି ହୋଇଥିଲା । ଏହି ଘଟଣାକୁ ନେଇ ଶିଶୁର ପରିବାର ଓ ସଂପର୍କୀୟମାନେ ଚିକିତ୍ସାଳୟରେ ପାଟିତୁଣ୍ଡ କରୁଛନ୍ତି । ଫଳରେ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଡାକ୍ତର ପ୍ରେସ୍କ୍ରିପସନ୍ରେ ଭୁଲ ମେଡିସିନ୍ ଲେଖିଥିଲେ ନା ନିରାମୟ କେନ୍ଦ୍ରର କର୍ମଚାରୀମାନେ ଭୁଲ ମେଡିସିନ୍ ଦେଇଛନ୍ତି, ଏ ବିଷୟରେ ସବିଶେଷ ତଥ୍ୟ ଘଟଣାର ତଦନ୍ତ  ପରେ ଜଣାପଡିବ ବୋଲି କୁହାଯାଇଛି ।