ଝାରସୁଗୁଡ଼ା ଓ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ମୋଟ ୪ଟି ପ୍ରାର୍ଥୀପତ୍ର ନାକଚ

ଝାରସୁଗୁଡ଼ା ଓ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ମୋଟ ୪ଟି ପ୍ରାର୍ଥୀପତ୍ର ନାକଚ

ଝାରସୁଗୁଡ଼ା ଓ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ମୋଟ ୪ଟି ପ୍ରାର୍ଥୀପତ୍ର ନାକଚ
ଝାରସୁଗୁଡ଼ା:ଝାରସୁଗୁଡ଼ା ଜିଲ୍ଲାର ଦୁଇଟି ଯାକ ବିଧାନସଭା ଆସନ ପାଇଁ ହୋଇଥିବା ନାମାଙ୍କନ ମଧ୍ୟରୁ ୪ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି । ଝାରସୁଗୁଡ଼ା ବିଧାନସଭା ଆସନରୁ ଦୁଇଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ବେଳେ ବ୍ରଜରାଜନଗର ଆସନରୁ ଦୁଇ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି । ଝାରସୁଗୁଡ଼ା ଆସନରୁ ପୂର୍ବତନ ବିଧାୟକ ବିରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ପ୍ରାର୍ଥୀ ପତ୍ର ନାକଚ ହୋଇଛି । ସେ କଂଗ୍ରେସ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଥିଲେ । ମାତ୍ର ଟିକଟ ଫର୍ମ ଏ ଓ ବି ଦାଖଲ କରିନପାରିବା ସହ ପ୍ରସ୍ତାବକଙ୍କ ଦସ୍ତଖତ ନଥିବାରୁ ତାଙ୍କର ନାମାଙ୍କନ ପତ୍ରକୁ ରିଟର୍ଣ୍ଣିଂ ଅଫିସର ନାକଚ କରିଦେଇଥିଲେ । ସେହିପରି ସମାନ କାରଣ ପାଇଁ ଝାରସୁଗୁଡ଼ା ଆସନ ପାଇଁ ନାମାଙ୍କନ କରିଥିବା ମନୀଷ ଶର୍ମାଙ୍କ ପ୍ରାର୍ଥୀ ପତ୍ର ନାକଚ ହୋଇ ଯାଇଛି । ବ୍ରଜରାଜନଗର ଆସନ ପାଇଁ ଦାଖଲ ହୋଇଥିବା ସରସ୍ୱତୀବେଗଡ଼ା ଓ କେକେଡ଼ି ର ଭାଗବତ ସାଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକଙ୍କ ଦସ୍ତଖତ ଅଭାବରୁ ନାକଚ ହୋଇଯାଇଛି ବୋଲି ରିଟର୍ଣ୍ଣିଂ ଅଫିସର ସିଭା ଟପ୍ପୋ ସୂଚନା ଦେଇଛନ୍ତି । ଏହାପରେ ଝାରସୁଗୁଡ଼ା ପାଇଁ ୯ ଜଣ ଓ ବ୍ରଜରାଜନଗର ଆସନ ୧୦ ଜଣଙ୍କ ପ୍ରାର୍ଥୀ ପତ୍ର କାଏମ ରହିଛି ।