ଜେଲ୍‌ରେ କଏଦୀ ମୃତ

ଜେଲ୍‌ରେ କଏଦୀ ମୃତ

ଜେଲ୍‌ରେ କଏଦୀ ମୃତ

ବୌଦ୍ଧ : ଜେଲ୍‌ରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ। ବୌଦ୍ଧ ଜିଲ୍ଲା ସ୍ଵତନ୍ତ୍ର ଉପ କାରାଗାରରେ ଏଭଳି ଘଟଣା ଘଟିଛି। ମୃତ କଏଦୀ ଜଣକ କଣ୍ଟାମାଳ ବ୍ଲକ୍ କଳରକୋଠା ଗ୍ରାମର ଅରକ୍ଷିତ ସାହୁ । ଅରକ୍ଷିତଙ୍କ ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ସ୍ଵତନ୍ତ୍ର ଉପ କାରାଗାରରେ ବିଚାରାଧୀନ ଭାବେ ଥିବା କଣ୍ଟାମାଳ ବ୍ଲକ୍ କଲାରକୋଠା ଗ୍ରାମର ଯୁବକ ଅରକ୍ଷିତ ସାହୁଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍ ବିଗିଡି ଯାଇଥିଲା। ଫଳରେ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତି କରାଯାଇଥିଲା । ତେବେ ଡ଼ାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଏହା ଏକ ସ୍ଵାଭାବିକ ମୃତ୍ୟୁ ନା କେହି ତାଙ୍କୁ ହତ୍ୟା କରିଦେଇଛି ତାହା ଏବେ ସ୍ପଷ୍ଟ ହୋଇନାହିଁ ।
ସେପଟେ ଏ ସଂପର୍କରେ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।