ଜେଲରେ କାନ କାଟିଲେ ବିଚାରାଧୀନ କଏଦୀ

ଜେଲରେ କାନ କାଟିଲେ ବିଚାରାଧୀନ କଏଦୀ

ଜେଲରେ କାନ କାଟିଲେ ବିଚାରାଧୀନ କଏଦୀ
କୋରାପୁଟ: ଜାମିନ ନ ମିଳିବାରୁ କାନ କାଟି ଦେଇଛନ୍ତି ଜଣେ ବିଚାରାଧୀନ କଏଦୀ । ପ୍ରବଳ ରକ୍ତସ୍ରାବ ହେବାରୁ ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ସେ ବିପଦମୁକ୍ତ ଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଏକ ଗଞ୍ଜେଇ ମାମଲାରେ ପୁଲିସ ହାତରେ ଧରାପଡ଼ି ଗତ ଅକ୍ଟୋବର ପହିଲାରୁ କୋରାପୁଟ ମଣ୍ଡଳ କାରାଗାରରେ ଅଛନ୍ତି ଜୟପୁରର ବିକାଶ ପାତ୍ର (୩୬) । ତାଙ୍କର ଜାମିନ ଆବେଦନର ଶୁଣାଣି ଥିଲା । ଏଥିରେ ବିକାଶଙ୍କ ଜାମିନ ନା ମଞ୍ଜୁର ହୋଇ ଯାଇଥିଲା । ଏହା ପରେ ସେ ଡଷ୍ଟବିନରେ ପଡ଼ିଥିବା ଏକ ଧାରୁଆ ଜିନିଷ ଆଣି ନିଜ ବେକ କାଟିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏହା କାନ ପାଖରେ ବାଜି ଯାଇଥିଲା । ଏ ନେଇ ଜେଲର ଗଗନ ବିହାରୀ ସାହୁ କହିଛନ୍ତି ଯେ, ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାମିନ ଆବେଦନର ଶୁଣାଣି ସରିବା ପରେ ପରେ ବିକାଶ ଏକ ଧାରୁଆ ସାମଗ୍ରୀରେ ବେକ କାଟିବାକୁ ଚେଷ୍ଟା କରିଥିଲେ । ସେ ଏବେ ବିପଦମୁକ୍ତ ଥିବା ଜେଲର କହିଛନ୍ତି ।