ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣର ଚିଠା ବିଜ୍ଞପ୍ତି ଜାରି
ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣର ଚିଠା ବିଜ୍ଞପ୍ତି ଜାରି
ଭୁବନେଶ୍ୱର: ହାଇକୋର୍ଟରେ ସଂରକ୍ଷଣ ମାମଲା ପହଞ୍ଚିବା ପରେ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ହିସାବ ବଦଳିଛି । ପୂର୍ବ ବିଜ୍ଞପ୍ତିକୁ ବଦଳାଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ସାନି ସଂରକ୍ଷଣ ତାଲିକା ଜାରି କରିଛନ୍ତି ସରକାର । ହେଲେ ଏହା ଚୂଡ଼ାନ୍ତ ତାଲିକା ନୁହେଁ, ଚିଠା ବିଜ୍ଞପ୍ତି । ଏ ନେଇ ଯାହାର ଅଭିଯୋଗ ଓ ଆପତ୍ତି ଥିବ, ସେ ଜାନୁଆରୀ ୩ ସୁଦ୍ଧା ନିଜ ମତାମତ ଜଣାଇପାରିବେ । ତେବେ ପଛୁଆ ବର୍ଗଙ୍କ ପାଇଁ ପୂର୍ବରୁ ରଖାଯାଇଥିବା ସଂରକ୍ଷଣ ଏଥର ପୂରା କଟିଯାଇଛି । ତେଣୁ ଅଣସଂରକ୍ଷିତ ଆସନ ସଂଖ୍ୟା ବଢ଼ିଛି ।
ପଂଚାୟତିରାଜ ବିଭାଗ ଜାରି କରିଥିବା ଚିଠା ବିଜ୍ଞପ୍ତି ଅନୁଯାୟୀ ୧୮ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଅଣସଂରକ୍ଷିତ ରହିଛି । ଏଥିରୁ ୮ଟି ଆସନ କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ଅଛି । ଏହି ୮ ଆସନରେ ଯେଉଁ କୌଣସି ବର୍ଗର ମହିଳା ପ୍ରାର୍ଥୀ ହୋଇପାରିବେ । ଅନୁସୂଚିତ ଜାତି ବର୍ଗ ପାଇଁ ୫ଟି ଆସନ ସଂରକ୍ଷିତ ଥିବାବେଳେ ଅନୁସୂଚିତ ଜଜନଜାତିଙ୍କ ପାଇଁ ରହିଛି ୭ଟି ଆସନ । ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଥିବା ୫ ଆସନ ମଧ୍ୟରୁ ୩ଟି ଆସନ ଅନୁସୂଚିତ ଜାତି ବର୍ଗର ମହିଳାଙ୍କ ପାଇଁ ରଖାଯାଇଛି । ସେହିପରି ଅନୁସୂଚିତ ଜନଜାତିଙ୍କ ପାଇଁ ଯେଉଁ ୭ଟି ଆସନ ସଂରକ୍ଷିତ ଅଛି, ସେଥିରୁ ୪ଟି ଆସନ ଏହି ବର୍ଗର ମହିଳା ପ୍ରାର୍ଥୀଙ୍କ ଲାଗି ସଂରକ୍ଷିତ ରହିଛି । ସଂରକ୍ଷଣ ବ୍ୟବସ୍ଥା ଅନୁଯାୟୀ ୫୦% ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।
ଜାଣନ୍ତୁ- କେଉଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଚିଠା ବିଜ୍ଞପ୍ତିରେ କାହା ପାଇଁ ସଂରକ୍ଷିତ ରହିଛି ନା ଅଣସଂରକ୍ଷିତ ରହିଛି?
ଜିଲ୍ଲା ଚିଠା ସଂରକ୍ଷଣ
ଅନୁଗୁଳ ଅଣସଂରକ୍ଷିତ
କଟକ ଅଣସଂରକ୍ଷିତ
କନ୍ଧମାଳ ଅନୁସୂଚିତ ଜନଜାତି(ମହିଳା)
କଳାହାଣ୍ଡି ଅଣସଂରକ୍ଷିତ
କେନ୍ଦୁଝର ଅଣସଂରକ୍ଷିତ
କେନ୍ଦ୍ରାପଡ଼ା ଅନୁସୂଚିତ ଜାତି (ମହିଳା)
କୋରାପୁଟ ଅନୁସୂଚିତ ଜନଜାତି(ମହିଳା)
ଖୋର୍ଦ୍ଧା ଅଣସଂରକ୍ଷିତ (ମହିଳା)
ଗଜପତି ଅଣସଂରକ୍ଷିତ
ଗଞ୍ଜାମ ଅଣସଂରକ୍ଷିତ (ମହିଳା)
ଜଗତସିଂହପୁର ଅନୁସୂଚିତ ଜାତି
ଝାରସୁଗୁଡ଼ା ଅଣସଂରକ୍ଷିତ (ମହିଳା)
ଢେଙ୍କାନାଳ ଅଣସଂରକ୍ଷିତ (ମହିଳା)
ଦେବଗଡ଼ ଅଣସଂରକ୍ଷିତ
ନବରଙ୍ଗପୁର ଅନୁସୂଚିତ ଜନଜାତି
ନୟାଗଡ଼ ଅଣସଂରକ୍ଷିତ
ନୂଆପଡ଼ା ଅଣସଂରକ୍ଷିତ (ମହିଳା)
ପୁରୀ ଅଣସଂରକ୍ଷିତ (ମହିଳା)
ବରଗଡ଼ ଅଣସଂରକ୍ଷିତ
ବଲାଙ୍ଗିର ଅଣସଂରକ୍ଷିତ (ମହିଳା)
ବାଲେଶ୍ୱର ଅଣସଂରକ୍ଷିତ
ବୌଦ୍ଧ ଅନୁସୂଚିତ ଜାତି (ମହିଳା)
ଭଦ୍ରକ ଅନୁସୂଚିତ ଜାତି
ମୟୂରଭଞ୍ଜ ଅନୁସୂଚିତ ଜନଜାତି
ମାଲକାନଗିରି ଅନୁସୂଚିତ ଜନଜାତି (ମହିଳା)
ଯାଜପୁର ଅନୁସୂଚିତ ଜାତି (ମହିଳା)
ରାୟଗଡ଼ା ଅନୁସୂଚିତ ଜନଜାତି (ମହିଳା)
ସମ୍ବଲପୁର ଅଣସଂରକ୍ଷିତ (ମହିଳା)
ସୁନ୍ଦରଗଡ଼ ଅନୁସୂଚିତ ଜନଜାତି
ସୋନପୁର ଅଣସଂରକ୍ଷିତ




admin 