ଜିଲ୍ଲାପାଳ ଗୁରୁତରଙ୍କୁ ନିଜ ଗାଡ଼ିରେ ନେଲେ ଡାକ୍ତରଖାନା

ଜିଲ୍ଲାପାଳ ଗୁରୁତରଙ୍କୁ ନିଜ ଗାଡ଼ିରେ ନେଲେ ଡାକ୍ତରଖାନା

ଜିଲ୍ଲାପାଳ ଗୁରୁତରଙ୍କୁ ନିଜ ଗାଡ଼ିରେ ନେଲେ ଡାକ୍ତରଖାନା
ହିଞ୍ଜିଳିକାଟୁ/ବ୍ରହ୍ମପୁର - ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ମାନବିକତା ପାଇଁ ଆଜି ସେ ପ୍ରଶଂସାର ପାତ୍ର ପାଲଟିଛନ୍ତି । ରାସ୍ତାରେ ଛଟପଟ ହେଉଥିବା ଜଣେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ନିଜ ଗାଡ଼ିରେ ନେଇ ଡାକ୍ତରଖାନାରେ ପହଞ୍ଚାଇଛନ୍ତି । ଜିଲ୍ଲାପାଳଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଗୁରୁତର ଆହତ ଯୁବକ ଠିକ୍ ସମୟରେ ଚିକିତ୍ସା ପାଇ ପାିରଛି । ରବିବାର ସକାଳ ପ୍ରାୟ ୯ ଟା ସମୟରେ ଗଞ୍ଜାମ ଜିଲ୍ଲାପା ଶ୍ରୀ କୁଲାଙ୍ଗେ ଶେରଗଡ଼ର ଏକ ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିବା ପାଇଁ ଯାଉଥିଲେ । ସେହି ସମୟରେ ରାସ୍ତା ଉପରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ପଡ଼ିଥିବା ଶେରଗଡ଼ ଗୋବିନ୍ଦପୁର ଗ୍ରାମର ଶିବରାମ ପ୍ରଧାନଙ୍କୁ ଦେଖି ଗାଡ଼ି ଅଟକାଇବାକୁ ନିଜ ଡ୍ରାଇଭରଙ୍କୁ କହିଥିଲେ । ତୁରନ୍ତ ଦୁର୍ଘଟଣା ସ୍ଥଳକୁ ଯାଇ ଶିବରାମଙ୍କ ଅବସ୍ଥା ଦେଖିବା ପରେ ଉପସ୍ଥିତ ଗ୍ରାମବାସୀଙ୍କ ସହଯୋଗରେ ତାଙ୍କ ଗାଡ଼ିରେ ବସାଇ ହିଞ୍ଜିଳି ଡାକ୍ତରଖାନା ନେଇଯାଇଥିଲେ । ସେଠାରେ ଶିବରାମଙ୍କ ଚିକିତ୍ସା କରାଯାଇଥିଲା । ଜିଲ୍ଲାପାଳ ରହି ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ । ତେବେ ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟ ତାଙ୍କୁୁ ଆଜି ସମସ୍ତଙ୍କ ଚକ୍ଷୁରେ ମହାନ କରିଦେଇଥିଲା । ଶିବରାମ ପ୍ରଧନା ଓ ପାଣ୍ଡବ ସାହୁ ରବିବାର ସକାଳୁ ଏକ ମୋପେଡ଼ ଯୋଗେ ହିଞ୍ଜିଳିକାଟୁ ଆସୁଥିବା ବେଳେ ତାରାତାରିଣୀ ଛକରୁ ବଡ଼ଗଡ଼ ଯାଉଥିବା ପାଣି ବୋତଲ ଭର୍ତ୍ତି ଏକ ଗାଡ଼ି ତାଙ୍କୁ ମାରୁଡ଼ି ଗ୍ରାମ ନିକଟରେ ଧକ୍କା ଦେଇଥିଲା । ମୁହାଁମୁହିଁ ଧକ୍କା ହେବା ଫଳରେ ମୋପେଡ ଚଲାଉଥିବା ଶିବରାମ ଗୁରୁତର ଆହତ ହୋଇଥିଲେ । ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଶିବରାମ ରାସ୍ତା ଉପରେ ପଡ଼ିଥିବା ବେଳେ ଲୋକେ ପହଞ୍ଚି ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଆମ୍ବୁଲାନ୍ସ ଆସିବା ପୂର୍ବରୁ ସେଠାରେ ଜିଲ୍ଲାପାଳ ପହଞ୍ଚି ଯାଇଥିଲେ । ନିଜ ସୁରକ୍ଷାକର୍ମୀଙ୍କ ସହାୟତାରେ ତାଙ୍କୁ ଗାଡ଼ିରେ ବସାଇ ଡାକ୍ତରଖାନା ନେଇଥିଲେ । ପରେ ଶିବରାମଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁୂର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।