ଜିଏସଟି ପରିଷଦ ସୁପାରିସ୍ ମାନିବାକୁ ବାଧ୍ୟ ନୁହଁନ୍ତି କେନ୍ଦ୍ର, ରାଜ୍ୟ

ଜିଏସଟି ପରିଷଦ ସୁପାରିସ୍ ମାନିବାକୁ ବାଧ୍ୟ ନୁହଁନ୍ତି କେନ୍ଦ୍ର, ରାଜ୍ୟ

ଜିଏସଟି ପରିଷଦ ସୁପାରିସ୍ ମାନିବାକୁ ବାଧ୍ୟ ନୁହଁନ୍ତି କେନ୍ଦ୍ର, ରାଜ୍ୟ

ନୂଆଦିଲ୍ଲୀ : ସାମଗ୍ରୀ ଓ ସେବା ଟିକସ୍ ପରିଷଦ ସୁପାରିସ ମାନିବା ପାଇଁ କେନ୍ଦ୍ର ଓ ରାଜ୍ୟ ବାଧ୍ୟ ନୁହନ୍ତି । ଗୁରୁବାର ସୁପ୍ରିମକୋର୍ଟ ଏଭଳି ରାୟ ଦେଇଛନ୍ତି  । ପରିଷଦ ଯେଉଁ ସୁପାରିସଗୁଡିକୁ ଦେବ ତାହାକୁ ଲାଗୁ କରିବା କେନ୍ଦ୍ର ଓ ରାଜ୍ୟ ପାଇଁ ଜରୁରୀ ନୁହେଁ । ଏ ସୁପାରିସ୍ଗୁଡିକୁ ପରାମର୍ଶ ଭାବେ ନିଆଯିବା ଦରକାର ବୋଲି ସବୋର୍ଚ୍ଚ ନ୍ୟାୟାଳୟ ପ୍ରକାଶ କରିଛି ।

ଜିଏସଟି ଉପରେ ନିୟମ ପ୍ରସ୍ତୁତ କରିବାର ସମାନ ଅଧିକାର ସଂସଦ ଏବଂ ବିଧାନସଭାଗୁଡିକ ନିକଟରେ ରହିଛି । ଏହା ଉପରେ ଜିଏସଟି ପରିଷଦ ସେମାନଙ୍କୁ ଉପଯୁକ୍ତ ପରାମର୍ଶ ଦେବା ପାଇଁ ରହିଛି । ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସରକାର ଏବଂ ରାଜ୍ୟଗୁଡ଼ିକନିକଟରେ ଜିଏସଟି ଉପରେ ଆଇନ ପ୍ରସ୍ତୁତ କରିବାର ସମାନ ଅଧିକାର ରହିଛି ।