ଜାନୁଆରିରେ ରେକର୍ଡ ୧.୪୦ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ
ଜାନୁଆରିରେ ରେକର୍ଡ ୧.୪୦ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ
ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସି ଉପରେ ବଡ଼ ଟ୍ୟାକ୍ସ ଲଗାଯିବ। ରୋଜଗାର ଉପରେ ୩୦ ପ୍ରତିଶତ ଟ୍ୟାକ୍ସ ଲାଗିବ। ଜାନୁଆରି ମାସରେ ଜିଏସ୍ଟିରେ ବଡ଼ ସଂଗ୍ରହ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ବଡ଼ ଉପଲବ୍ଧି ବୋଲି କହିଛନ୍ତି। ମହାମାରୀ ସତ୍ତ୍ବେ ଜିଏସ୍ଟିରେ ଏପରି ରେକର୍ଡ ସଂଗ୍ରହ ହୋଇଛି। ୧.୪୦ ଲକ୍ଷ କୋଟି ଟଙ୍କାର ଜିଏସ୍ଟି କଲେକ୍ସନ୍ ହୋଇଛି। ଏଥିପାଇଁ ସେ ଦେଶର ସମସ୍ତ କରଦାତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଦେଶରେ ଉନ୍ନତିରେ କରଦାତାଙ୍କ ଯେଉଁ ଯୋଗଦାନ ରହିଛି ତାହା ନିଶ୍ଚୟ ପ୍ରଶଂସନୀୟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହା ସହିତ ଟ୍ୟାକସ୍ କ୍ଷେତ୍ରରେ ମଧ୍ୟ ବଡ଼ ପରିବର୍ତ୍ତ ହୋଇଛି। ଏଥିରେ ଦିବ୍ୟାଙ୍ଗଙ୍କ ପାଇଁ ରହିଛି ଖୁସି ଖବର। ସେମାନଙ୍କ ପାଇଁ ଟ୍ୟାକ୍ସ ଛାଡ଼ କରାଯାଇଛି। ଏହା ସହିତ ଟ୍ୟାକ୍ସ କ୍ଷେତ୍ରରେ ସୁଧାର ଅଣାଯାଇଛି। ନୂଆ ଟ୍ୟାକସ୍ ରିଫର୍ମ ଯୋଜନା କରାଯାଇଛି। ସରକାରୀ କର୍ମଚାରୀଙ୍କ ପାଇଁ ଏନ୍ପିଏସ୍ ସୁବିଧା। ଏନ୍ପିଏସ୍ ଯୋଜନାରେ ୧୦% ସ୍ଥାନରେ ୧୪ % ରହିବ। ଏନ୍ କୋ-ଅପରେଟଭିରେ ଟ୍ୟାକସରେ କାଟ କରାଯିବ। ପେନ୍ସନ ଉପଭୋକ୍ତାଙ୍କ ପାଇଁ ମଧ୍ୟ ବଡ଼ ଖବର ରହିଛି। ପେନ୍ସନ୍ଷର ଟ୍ୟାକ୍ସରେ କୋହଳ କରାଯାଇଛି।




admin 