ଜାତୀୟ ଚିହ୍ନରେ ଥିବା ସିଂହ ମୃର୍ତ୍ତି ଭୟଙ୍କର ଦେଖାଯାଉଥିବା ମାମଲା ଖାରଜ
ଜାତୀୟ ଚିହ୍ନରେ ଥିବା ସିଂହ ମୃର୍ତ୍ତି ଭୟଙ୍କର ଦେଖାଯାଉଥିବା ମାମଲା ଖାରଜ
ନୂଆଦିଲ୍ଲୀ : ନୂଆ ସଂସଦ ଭାବନରେ ସ୍ଥାପିତ ଜାତୀୟ ଚିହ୍ନରେ ଥିବା ସିଂହ ମୃର୍ତ୍ତି ଭୟଙ୍କର ଦେଖାଯାଉଥିବାର ଦର୍ଶାଇ ହୋଇଥିବା ଏକ ମାମଲାକୁ ସୁକ୍ରବାର ଖାରଜ କରିଛନ୍ତି ଜଷ୍ଟିସ ଏସଆର ସାହା ଏକ୍ରିଷ୍ଣା ମରୁରୀଙ୍କ ପୀଠ । ଗତ ଜୁଲାଇ ନୂଆସଂସଦ ଭବନରେ କାଂସ୍ୟର ଜାତୀୟ ଚିହ୍ନକୁ ଉନ୍ମୋଚନ କରିଥିଲେ । ତେବେ ଜାତୀୟ ଚିହ୍ନରେ ରହିଥିବା ସିଂହର ପାଟି ଖୋଲାଯାଇଥିବାରୁ ଏହାକୁ ଭୟଙ୍କର ଦେଖା ଯାଉଥିବା ଦର୍ଶାଇ ଆଇନଜୀବୀ ଆଲାଦାନିସ ରୈନ ଓ ରମେଶ କୁମାର ମିଶ୍ର ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଥିଲେ । ବାରଣସୀର ସାରନାଥ ସଂଗ୍ରହାଳୟରେ ଥିବା ଜାତୀୟ ଚିହ୍ନରେ ଥିବା ସିଂହ ଶାନ୍ତ ଦେଖାଯାଉଥିବା
ବେଲେ ନୂଆ ସଂସଦ ଭବନରେ ଲାଗିଥିବା ସିଂହ ଭୟଙ୍କର ଦେଖାଯାଉଥିବାର ସେମାନେ ଦର୍ଶାଇଥିଲେ । ମାମଲା ଶୁଣାଣି କରି ସୁପ୍ରିମକୋର୍ଟର ପୀଠ ନୂଆ ସଂସଦ ଭବନରେ ସ୍ଥାପିତ ସିଂହ ମୃର୍ତ୍ତି ଜାତୀୟ ଚିହ୍ନ ଆଇନ ୨୦୦୫କୁ ଉଲ୍ଲଙ୍ଘନ କରୁନାହିଁ ବୋଲି ଦର୍ଶାଇବା ସହ ଆବେଦନକୁ ଖାରଜ କରି ଦେଇଥିଲା ।




admin 