ଜିଲ୍ଲା ସମ୍ଭାଳିବେ ବାତ୍ୟା ଏକ୍ସପର୍ଟ ଆଇଏଏସ ଅଫିସର

ଜିଲ୍ଲା ସମ୍ଭାଳିବେ ବାତ୍ୟା ଏକ୍ସପର୍ଟ ଆଇଏଏସ ଅଫିସର

ନୂଆ ସରକାରକୁ ସାହା ପୁରୁଣା ଅଫିସର । ବାତ୍ୟା ପାଇଁ ଖୋଜା ପଡିଲେ ଅଭିଜ୍ଞ ପୁରୁଣା ଆଇଏଏସ ଅଧିକାରୀ । ନୂଆ ସରକାର ନିଜେ ରିସ୍କ ନେଲେ ନାହିଁ, ବିପଦ ବେଳେ ଲୋଡିଲେ ପୁରୁଣା ଅଫିସରଙ୍କ ସାହାଯ୍ୟ । 
ବାତ୍ୟା ଦାନାର ପ୍ରକୋପକୁ ନେଇ ଛାନିଆଁ ମୋହନ ସରକାର । ପ୍ରଥମ ଥର ପାଇଁ ଏକାକୀ ସରକାର ଗଢିଥିବା ବିଜେପି କ୍ଷମତାକୁ ଆସୁ ଆସୁ ଯେ ଏତେ ବଡ ଚ୍ୟାଲେଂଜ ସାମ୍ନା କରିବ, କେବେ କଳନା କରି ନଥିଲା । ସୁଭଦ୍ରା ଯୋଜନାକୁ ନେଇ ଖୁସିରେ ଫାଟି ପଡୁଥିବା ମୋହନ ସରକାର ପାଇଁ ପ୍ରକୃତି ଯେ ଏତେ ବଡ ଚ୍ୟାଲେଂଜ ଆଣିବ ତାହା କଳ୍ପନା ବାହାରେ ଥିଲା । ସେଥିପାଇଁ ବତ୍ୟା ପରିଚାଳନା କରିବାକୁ ଏବେ ମୋହନ ସରକାର ଅଭ ଜ୍ଞ ଆଏଏଏସ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି ।


ବାତ୍ୟା ପରିଚାଳନାରେ ପୃଥିବୀରେ ଏକ ନମ୍ବର ସ୍ଥାନ ପାଇଥିବା ଓଡିଶା ବିଗତ ୨୪ ବର୍ଷରେ ଅନେକ ବତ୍ୟାକୁ ସମ୍ମୁଖୀନ କରିଛି । ନବୀନ ଓ ଟିମ୍  ଓଡିଶା ବିପ ଯ୍ୟୟ ପରିଚାଳନାକୁ ଏତେ ମାତ୍ରାରେ ଦୃଢ କରି ଦେଇଛନ୍ତି ଯେ ଜିରୋ କାଜୁଆଲିଟି ରେକର୍ଡ ରହିଛି ଓଡିଶା ନାଁରେ । ଏଥି ପାଇଁ ଜାତିସଂଘ ବି ଓଡିଶାକୁ ପୁରସ୍କୃତ କରିଛି । ଅନେକ ଦେଶୀ ବିଦେଶୀ ବିଶ୍ୱ ବିଦ୍ୟାଳୟ ଓ ମ୍ୟାନେଜମେଣ୍ଟ କଲେଜ ନିଜର ପାଠ୍ୟକ୍ରମରେ ଓଡିଶାର ପ୍ରାକୃତିକ ବିପଯ୍ୟୟ ପରିଚାଳନାକୁ କେସ୍ ଷ୍ଟଡି ଭାବେ ଗ୍ରହଣ କରିଛନ୍ତି । 


ଏବେ କିନ୍ତୁ ସରକାର ବଦଳି ଯାଇଛି । ବାତ୍ୟା ମୁକାବିଲା କରିବାରେ ବିଜେପି ସରକାରର କୌଣସି ଅଭିଜ୍ଞତା କି ଦକ୍ଷତା ଓଡିଶାବାସୀ ଦେଖି ନାହାନ୍ତି । ତେଣୁ ଏହି ଦାନା ମୋହନ ଓ ବିଜେପି ସରକାର ପାଇଁ ବଡ ଚ୍ୟାଲେଂଜ ଆଣିଛି । ଯୋଗାଣ ମନ୍ତ୍ରୀ ଖାଦ୍ୟ କଳା ବଜାରି ରୋକି ପାରୁ ନାହାନ୍ତି, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କର ଟିଭିରେ ଦେଖା ଦର୍ଶନ ମିଳୁନି, ରାଜସ୍ୱ ମନ୍ତ୍ରୀ ସଚିବାଳୟ ଛାଡି ବାହାରକୁ ଯାଉ ନାହାନ୍ତି, ଉପମୁଖମନ୍ତ୍ରୀ ଭିସିରେ ଆଲୋଚନା କରୁଛନ୍ତି, ମୁଖ୍ୟମନ୍ତ୍ରୀ ତୃତୀୟ ମହଲାରେ ସ୍ଥିତି ସମୀକ୍ଷା କରୁଛନ୍ତି । ଏପରି ସ୍ଥିତିରେ ସିଧା ସଳଖ ବାତ୍ୟା ମୁକାବିଲା କିଏ କରିବ, ତାହାକୁ ନେଇ ମୋହନ ସରକାର ଏକ ସଲିଡ୍ ଉପାୟ ଚିନ୍ତା କରିଛନ୍ତି । 
ବିଗତ ବର୍ଷ ମାନଙ୍କରେ ବାତ୍ୟାକୁ ସଫଳ ମୁକାବିଲା ଓ ପରିଚାଳନା କରିଥିବା ବଛା ବଛା ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି । ଯେପରି କି ଲଘୁ ଖଣିଜ ବିଭାଗ ନିର୍ଦ୍ଦଶକ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର ଜିଲ୍ଲା ଦାୟିତ୍ୱ ମିଳିଛି । ଅତିରିକ୍ତ ସଚିବ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ ଜିଲ୍ଲା ଦାୟିତ୍ୱ, ପର୍ଯ୍ୟଟନ କମିସନର ବଲୱନ୍ତ ସିଂଙ୍କୁ ପୁରୀ ଜିଲ୍ଲା, ପାନୀୟ ଜଳ ବିଭାଗ ନିର୍ଦ୍ଦଶକ ବିନିତ୍ ଭରଦ୍ୱାଜ୍‌ଙ୍କୁ ମୟୁରଭଂଜ ଜିଲ୍ଲା, ଜାମିିନି ଷଡଙ୍ଗୀଙ୍କୁ ଜଗତସିଂପୁର ଜିଲ୍ଲା ଓ ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡା ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଏହି ଆଇଏଏସ୍ ଅଫିସରମାନେ ହେଉଛନ୍ତି ବତ୍ୟା ଏକ୍ସପର୍ଟ । ନବୀନ ସରକାର ଅମଳରେ ଏମାନେ ବତ୍ୟାକୁ ବାଏଁ ବାଏଁ ଉଡାଇ ଦେଇ ରାଜ୍ୟ ପାଇଁ ସୁନାମ ଆଣିଥିଲେ । ତେଣୁ ମୋହନ ବି ଏମାନଙ୍କ କାନ୍ଧରେ ଦାନା ଗୁରୁ ଦାୟିତ୍ୱ ଦେଇଛନ୍ତି ।