ଜରୁରୀକାଳିନ ସ୍ଥିତିକୁ ଭୁଲ ସ୍ୱୀକାର କରିବା ରାହୁଲ ଗାନ୍ଧିଙ୍କ ଆଉ ଏକ ନାଟକ - ଧର୍ମେନ୍ଦ୍ର ପ୍ରଧାନ

ଜରୁରୀକାଳିନ ସ୍ଥିତିକୁ ଭୁଲ ସ୍ୱୀକାର କରିବା ରାହୁଲ ଗାନ୍ଧିଙ୍କ ଆଉ ଏକ ନାଟକ - ଧର୍ମେନ୍ଦ୍ର ପ୍ରଧାନ

ଜରୁରୀକାଳିନ ସ୍ଥିତିକୁ ଭୁଲ ସ୍ୱୀକାର କରିବା ରାହୁଲ ଗାନ୍ଧିଙ୍କ ଆଉ ଏକ ନାଟକ - ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ – ଜରୁରୀକାଳୀନ ପରସ୍ଥିତି ଭୁଲ ଥିଲା ବୋଲି ମାନିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦେଶକୁ ଭ୍ରମିତ କରିବାର ଆଉ ଏକ ନାଟକ । ତାଙ୍କର ଏହି ପଶ୍ଚାତାପ୍ ମାନବାଧିକାରକୁ କ୍ଷୁର୍ଣ୍ଣ କରିବା, ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇବା ତଥା ଅନୁଷ୍ଠାନ ଗୁଡ଼ିକୁ ବନ୍ଧକ ରଖିବା ଭଳି କଳଙ୍କିତ ଅଧ୍ୟାୟର ସ୍ମୃତିକୁ କେବେ ଭୁଲାଇ ପାରିବ ନାହିଁ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଆଗରେ ବଂଚିବାର ଅଧିକାରକୁ ବରଖାସ୍ତ କରିବା ଭଳି ଚରମ ପଦକ୍ଷେପକୁ ସେ ସମୟର ସରକାରର ଦୁଃସାହାସକୁ ଦେଶ କେବେ ଭୁଲି ପାରିବ ନାହିଁ । ରାହୁଲ ଗାନ୍ଧୀଙ୍କ ମତରେ କୌଣସି ପ୍ରକାର ପଶ୍ଚାତାପ ଦେଖାଯାଉନାହିଁ ବରଂ ଏହା ଲୋକଙ୍କ ଦ୍ୱାରା କଂଗ୍ରେସକୁ ପ୍ରତ୍ୟାଖାନ କରିବା ପରର ଅନ୍ୟ ଏକ ନାଟକ । ଯେଉଁଠାରେ ସେମାନେ ଜରୁରିକାଳୀନ ପରିସ୍ଥିତି ପାଇଁ ପଶ୍ଚାତାପ କରି ଲୋକଙ୍କ ସହ ଛଳନା କରୁଛନ୍ତି । ଅଧ୍ୟାଦେଶକୁ ଚିରିବା ସହ ଭାରତର ପ୍ରଧାନମନ୍ତ୍ରୀକୁ କିପରି ଭାବରେ ଲଜ୍ଜିତ ଓ ଅସମ୍ମାନ କରିଥିବାର ଅଧ୍ୟାୟକୁ କଣ ରାହୁଲ ଗାନ୍ଧୀ ଭଲି ଯାଇଛନ୍ତି କି? ରାହୁଲ ଗାନ୍ଧୀ ନିକଟରେ ତାଙ୍କ ବିରୁଦ୍ଧରେ ହୋଇଥିବା ବିଶେଷ ଅଧିକାର ଉଲ୍ଲଂଘନ କରିଥିବାର ଅଭିଯୋଗକୁ ଭୁଲିଯାଇଛନ୍ତି କି ? ଜରୁରୀକାଳୀନ ସ୍ଥିତିକୁ ସ୍ୱର୍ଗତ ରାଜୀବ ଗାନ୍ଧି ଭୁଲ ବୋଲି ସ୍ୱୀକାର କରିଥିଲେ କିନ୍ତ ପରବର୍ତୀ ପର୍ଯ୍ୟାୟରେ ଡ଼ିଫେମେସନ ବିଲ ଆଣି ଗଣମାଧ୍ୟମର କଣ୍ଠରୋଧ କରିବାର ପ୍ରୟାସ କରିଥିଲେ ଏବଂ ଜରୁରୀକାଳିନ ପରିସ୍ଥିତିକୁ ଉଚିତ୍ ବୋଲି କହିଥିଲେ । ଏହାସହ ପୋଷ୍ଟ ଅଫିସ ସଂଶୋଧିତ ଅଧିନିୟମ ୧୯୮୬ ମାଧ୍ୟମରେ ନାଗରିକଙ୍କୁ ସୁବିଧା ଉପରେ ଅଙ୍କୁଶ ଏବଂ ନାଗରିକଙ୍କ ଉପରେ ଯାଶୁଶୀ କରିବା ଭଳି ପଦକ୍ଷେପ ନେଇଥିଲେ । ମୋଦି ସରକାର ବିରୁଦ୍ଧରେ ଅପପ୍ରଚାର କଲେ ମଧ୍ୟ କଂଗ୍ରେସର ପାପ ଲୋକଙ୍କ ଧ୍ୟାନରୁ ଦୂରେଇ ଯିବ ନାହିଁ । ଭାରତର ଜନସାଧାରଣ ବହୁତ୍ ଚାଲାକ ଏବଂ ରାହୁଲ ଗାନ୍ଧୀଙ୍କ ଏହି ନୂଆ ନାଟକକୁ କେବେ ବି ଗ୍ରହଣ କରିପାରିବେ ନାହିଁ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।