ଜମ୍ମୁକଶ୍ମୀର ସୋପିଆନ୍ ଜିଲ୍ଲାରେ ଏନ୍‌କାଉଣ୍ଟରରେ ଟଳିଲା ଆତଙ୍କବାଦୀ

ଜମ୍ମୁକଶ୍ମୀର ସୋପିଆନ୍ ଜିଲ୍ଲାରେ ଏନ୍‌କାଉଣ୍ଟରରେ ଟଳିଲା ଆତଙ୍କବାଦୀ

ଜମ୍ମୁକଶ୍ମୀର ସୋପିଆନ୍ ଜିଲ୍ଲାରେ ଏନ୍‌କାଉଣ୍ଟରରେ ଟଳିଲା ଆତଙ୍କବାଦୀ

ଶ୍ରୀନଗର: ଏନ୍‌କାଉଣ୍ଟରରେ ଟଳିଲା  ଆତଙ୍କବାଦୀ। ଜମ୍ମୁକଶ୍ମୀର ସୋପିଆନ୍ ଜିଲ୍ଲାରେ ଆତଙ୍କୀ ଇମ୍ରାନ୍ ବସିର୍ ଗନିକୁ ଗୁଳି କରି ହତ୍ୟା କରାଯାଇଛି । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆଜି ଗୁଳିବିନିମୟ ହୋଇଥିଲା। ଏହି ଗୁଳିମାଡରେ ଆତଙ୍କୀ ଇମ୍ରାନ ନିହତ ହୋଇଛି।
ପୁଲିସ ସୂଚନା ମୁତାବକ, ଜମ୍ମୁକଶ୍ମୀର ସୋପିଆନ୍ ଜିଲ୍ଲାରେ ଗତକାଲି ଗ୍ରେନେଡ୍ ହମ୍‌ଲା କରି ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିବା ମାମଲାରେ ଆତଙ୍କବାଦୀ ଇମ୍ରାନ୍ ବସିର୍‌କୁ ପୁଲିସ ଗିରଫ କରିଥିଲା। ସାଧାରଣ ନାଗରିକମାନଙ୍କୁ ହତ୍ୟା କରାଯିବାର ୭୮ ଘଣ୍ଟା ପରେ ସୋପିଆନ୍‌ର ନାଓଗାମ୍ ଅଞ୍ଚଳରେ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍ ଆରମ୍ଭ ହୋଇଥିଲା। ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଇମ୍ରାନ୍ ଓ ଆଉ ଜଣେ ଆଙ୍କବାଦୀ ନିହତ ହୋଇଛି। ଇମ୍ରାନ୍ ବସିର ଲସ୍କର-ଇ-ତୋଇବାର ଜଣେ ହାଇବ୍ରିଡ୍ ଆତଙ୍କବାଦୀ ଥିବା ପୁଲିସ କହିଛି।