ଛିଛୋରରେ ଶ୍ରେଷ୍ଠ ଚଳଚ୍ଚିତ୍ର
ଛିଛୋରରେ ଶ୍ରେଷ୍ଠ ଚଳଚ୍ଚିତ୍ର
admin
Mar 22, 2021 - 11:29
Updated: Mar 22, 2021 - 11:29
ନୂଆଦିଲ୍ଲୀ: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର -୨୦୧୯ ଘୋଷଣା କରାଯାଇଛି । ୨୦୧୯ ମସିହାର ସର୍ବଶ୍ରେଷ୍ଠ ହିନ୍ଦି ଚଳଚ୍ଚିତ୍ର ହେଉଛି ଛିଛୋରେ । ଦିବଂଗତ ସୁଶାନ୍ତ ସିଂ ରାଜପୁତ ଛିଛୋରେରେ ଅଭିନୟ କରିଥିଲେ । ଗତବର୍ଷ ସୁଶାନ୍ତ ସି ରାଜପୁତ ଆତ୍ମହତ୍ୟା କରି ମୃତୁ୍ୟବରଣ କରିଛନ୍ତି । ଆଜି ତାଙ୍କ ଫିଲ୍ମକୁ ସର୍ବଶ୍ରେଷ୍ଠ ପୁରସ୍କାରରେ ସମ୍ମାନୀତ କରାଯାଉଛି ।ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଫିଲ୍ମ ‘ମଣିକର୍ଣ୍ଣିକା’ ଏବଂ ‘ପଙ୍ଗା’ରେ ଅଭିନୟ ଲାଗି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ‘ମଣିକର୍ଣ୍ଣିକା’ରେ କଙ୍ଗନା ରାଣୀ ଲକ୍ଷ୍ମୀବାଈ ଭୂମିକା ନିଭାଇ ଚର୍ଚ୍ଚିତ ହୋଇଥିଲେ। ସେହିପରି ହିନ୍ଦୀ ଫିଲ୍ମ ‘ଭୋଂସଲେ’ରେ ଅଭିନୟ ପାଇଁ ମନୋଜ ବାଜପେୟୀ ଏବଂ ତାମିଲ୍ ଫିଲ୍ମ ‘ଅସୁରନ୍’ରେ ଅଭିନୟ ତାମିଲ ସୁପରଷ୍ଟାର ଧନୁଷଙ୍କୁ ଯୁଗ୍ମଭାବେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଗି ଚୟନ କରାଯାଇଛି।