ଚୋରା ମଦ ସହ ବିଜେଡ଼ି ନେତା ଗିରଫ

ଚୋରା ମଦ ସହ ବିଜେଡ଼ି ନେତା ଗିରଫ

ଚୋରା ମଦ ସହ ବିଜେଡ଼ି ନେତା ଗିରଫ
ଭୁବନେଶ୍ୱର : କରୋନା ପାଇଁ ଏବେ ସାରା ଦେଶରେ ଲକଡାଉନ । ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡ଼ିଦେଲେ ଅନ୍ୟ କୌଣସି ଦୋକାନ ଖୋଲିବାକୁ ଅନୁମତି ମିଳୁନାହିଁ । ଏଭଳି ସ୍ଥିତିରେ ସାରା ରାଜ୍ୟରେ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ଚୋରା ମଦ ବେପାରୀଙ୍କ ଉପରେ ପୁଲିସ ତୀକ୍ଷ୍ଣ ନଜର ରଖିଥିବାବେଳେ ଜଣେ ବିଜେଡ଼ି ନେତା ଧରା ପଡ଼ିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସାଲେପୁର ବ୍ଲକ ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ମିହିର ଦାସ ଚୋରା ମଦ ନେଇ ଯାଉଥିଲେ । ଚେକିଂ ବେଳେ ତାଙ୍କ ପାଖରେ ଚୋରା ମଦ ଥିବା ଜାଣିବାକୁ ମିଳଇଥିଲା । ଫଳରେ ସାଲେପୁର ପୁଲିସ ମଦ ନେଇ ଯାଉଥିବା କାର ଜବତ କରିବା ସହ ମାମଲା ରୁଜୁ କରିଛି । ଅଭିଯୁକ୍ତ ଶ୍ରୀ ଦାସଙ୍କୁ ଗିରଫ କରାଯାଇଛି । ଏନେଇ ଆମ ପ୍ରତିନିଧି ସାଲେପୁର ପୁଲିସ ଅଧିକାରୀଙ୍କୁ ମୋବାଇଲ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେବି ତାହା ସମ୍ଭବ ହୋଇପାରିନଥିଲା ।