ଘରକୁ ଫେରିବେ ତାମିଲନାଡୁରେ ରହୁଥିବା ଓଡ଼ିଆ

ଘରକୁ ଫେରିବେ ତାମିଲନାଡୁରେ ରହୁଥିବା ଓଡ଼ିଆ

ଘରକୁ ଫେରିବେ ତାମିଲନାଡୁରେ ରହୁଥିବା ଓଡ଼ିଆ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ.ପାଲାନିସ୍ୱାମୀଙ୍କ ସହିତ ତାମିଲନାଡୁରେ ଅଟକି ରହିଥିବା ଓଡ଼ିଆମାନଙ୍କ ଫେରିବା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନା କେନ୍ଦ୍ର ପେଟ୍ରେଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିଲେ । ଲକଡାଉନ ସମୟରେ ତାମିଲନାଡୁ ସରକାର ସେଠାରେ ଅଟକି ରହିଥିବା ଓଡ଼ିଆମାନଙ୍କ ଉପଯୁକ୍ତ ଯତ୍ନ ନେଇଥିବରେୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ତାମିଲନାଡୁରୁ ଓଡ଼ିଶା ଫେରିବାକୁ ଚାହୁଁଥିବା ଓଡ଼ିଆ ଲୋକ ଯେପରି ସୁବିଧାରେ ଓଡ଼ିଶା ଫେରି ଆସିବେ ସେ ଦିଗରେ ସହଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ପାଲାନିସ୍ୱାମୀଙ୍କୁ ଅନୁରୋଧ କରିଥିଲେ । ତାମିଲନାଡୁ ସରକାର ଏ ଦିଗରେ ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ଶ୍ରୀ ପାଲାନିସ୍ୱାମୀ ପ୍ରତିଶ୍ରୁତି ଦେଇଥିଲେ । ଚେନ୍ନାଇର ଗୁରୁ ନାନକ କଲେଜରେ କରାଯାଇଥିବା ଶିବିରରେ ରହିଥିବା ଓଡ଼ିଆମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କଥା ହୋଇଥିଲେ ଏବଂ ତାମିଲନାଡୁ ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ ।