ଚୀନ୍ର ଅନୁପ୍ରବେଶ ଉଦ୍ୟମ : ଭାରତୀୟ ସେନା ଦେଲା କଡା ଜବାବ

ଚୀନ୍ର ଅନୁପ୍ରବେଶ ଉଦ୍ୟମ : ଭାରତୀୟ ସେନା ଦେଲା କଡା ଜବାବ

ଚୀନ୍ର ଅନୁପ୍ରବେଶ ଉଦ୍ୟମ : ଭାରତୀୟ ସେନା ଦେଲା କଡା ଜବାବ
ନୂଆଦିଲ୍ଲୀ : ପୁଣି ଥରେ ଭାରତ ଓ ଚୀନ୍ ସୈନ୍ୟ ମୁହାଁମୁହିଁ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୨୯ -୩୦ ତାରିଖ ରାତିରେ ପେଙ୍ଗାଙ୍ଗତ୍ସୋ ଝିଲ୍ ନିକଟରେ ଉଭୟ ସୈନ୍ୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଭାରତୀୟ ସୈନିକମାନେ ଚୀନ୍ ସୈନ୍ୟଙ୍କୁ ସେମାନଙ୍କ ଉଦ୍ୟମରେ ବିଫଳ କରିଦେଇଛନ୍ତି । ଆଲୋଚନା ସତ୍ତ୍ବେ ଚୀନ୍ ସେନା ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିବାବେଳେ ଏହାକୁ ଜବାବ ଦେଇଛି ଭାରତୀୟ ସେନା । ତେବେ ଦୁଇ ସେନା ମୁହାମୁହିଁ ହେବା ସତ୍ତ୍ବେ କୌଣସି ମୃତାହତ ହୋଇନଥିବାର ସୂଚନା ମିଳିଛି । ଭାରତୀୟ ସେନାର ପିଆରଓ କର୍ଣ୍ଣଲ ଅମନ ଆନନ୍ଦ କହିଛନ୍ତି ଯେ, ‘ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ)ର ଯବାନମାନେ ଅଗଷ୍ଟ ୨୯ ଓ ୩୦ ତାରିଖ ରାତ୍ରିରେ ପୂର୍ବ ଲଦାଖରେ ଚାଲିଥିବା ବିବାଦ ସମୟରେ ସାମରିକ ତଥା କୂଟନୈତିକ ସହମତିର ଉଲ୍ଲଂଘନ କରିବା ସହିତ ଏହାର ଯଥାସ୍ଥିତି ବଦଳାଇବା ପାଇଁ ପ୍ରଚେଷ୍ଟା ପୂର୍ବକ ଅନୁପ୍ରବେଶ କରିଥିଲେ । ପିଆରଓ ଆହୁରି ମଧ୍ୟ କହିଛନ୍ତି ଯେ, ‘ଭାରତୀୟସେନା ପେଙ୍ଗାଙ୍ଗର ଦକ୍ଷିଣ କୂଳରେ ପିଏଲଏ ଯବାନଙ୍କ ଅନୁପ୍ରବେଶକୁ ରୋକିବାରେ ସଫଳ ହୋଇଛନ୍ତି । ସେନାର ଯବାନ ମାନେ ଏହି ଅଞ୍ଚଳରେ ଆମର ସ୍ଥିତିକୁ ମଜବୁତ୍ ରଖିବା ସହିତ ଚୀନ୍ ସୈନ୍ୟର ଉଦ୍ୟମ ଉପରେ ପାଣି ପକାଇଦେଇଛନ୍ତି । ତେବେ ସୀମା ବିବାଦକୁ ସମାଧାନ କରିବା ନିମେନ୍ତ ଚୁସୁଲ୍ ନିକଟରେ ବ୍ରିଗେଡ୍ କମାଣ୍ଡରସ୍ତରୀୟ ଫ୍ଲେଗ୍ ମିଟିଂ ଚାଲୁଥିବାର ସୂଚନା ରହିଛି ।