ଚିଟଫଣ୍ଡ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଛନ୍ତି ମମତା

ଚିଟଫଣ୍ଡ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଛନ୍ତି ମମତା

ଚିଟଫଣ୍ଡ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଛନ୍ତି ମମତା
ନୂଆଦିଲ୍ଲୀ: ଶାରଦା ଚିଟଫଣ୍ଡ ସ୍କାମର ତଦନ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସହଯୋଗ କରୁନଥିବାରୁ ସିବିଆଇ ସୁପି୍ରମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଅଭିଯୁକ୍ତମାନଙ୍କୁ ମମତା ଘଣ୍ଟ ଘୋଡାଉଛନ୍ତି । ସେମାନେ ତାଙ୍କ ଦଳର ନେତା ଥିବାରୁ ସେ ତଦନ୍ତରେ ଜାଣିଶୁଣି ସହାଯୋଗ କରୁନାହାନ୍ତି ବୋଲି ସିବିଆଇ ପକ୍ଷରୁ ଅଭିଯୋଗ ହୋଇଛି । ଆବେଦନ ପତ୍ରରେ ସିବିଆଇ ପକ୍ଷରୁ କୁହାଯାଇଛି ଯେ ଶାରଦା ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ପୂର୍ବତନ ସାଂସଦ କୁନାଲ ଘୋଷଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଶାରଦା ଗ୍ରୁପ ମୁଖ୍ୟ ସୁଦୀପ୍ତ ସେନଙ୍କର ଉତ୍ତମ ସମ୍ପର୍କ ରହିଛି ବୋଲି ଇଡି ରିପୋର୍ଡ ଦେଛି । କେବଳ ସେତିକି ନୁହେଁ ପୂର୍ବତନ ପୁଲିସ କମିସନର ରାଜୀବ କୁମାରଙ୍କ ଭୂମିକା ମଧ୍ୟ ସାରଦା ମାମଲାରେ ଜଡ଼ିତ ଥିବାର ଯଥେଷ୍ଟ ପ୍ରମାଣ ରହିଛି । ଏସବୁର ଉଦାହରଣ ଦେଇ ସିବିଆଇ କୋର୍ଟଙ୍କୁ କହିଛି, ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ସମ୍ବିଧାନ ସିଷ୍ଟମକୁ ସମ୍ପୂର୍ଣ୍ଣ ଅବମାନନା କରାଯାଉଛି ।