ଚୋରୀ ହେଲା ମୋ ସାଇକେଲ
ଭୁବନେଶ୍ବର : ସ୍ମାର୍ଟ ଜନପଥରୁ ୩ ଦିନ ତଳେ ଚୋରି ହୋଇଥିବା ଏକ ମୋ’ ସାଇକେଲ୍କୁ ସୋମବାର ଦିନ ଖାରବେଳନଗର ପୁଲିସ୍ ଜବତ କରିବା ସହ ଚୋରକୁ ଗିରଫ କରିଛି। ସେ ହେଲା, ଖାରବେଳନଗର ହରିଜନ ବସ୍ତିର ଟୁଟୁ ନାୟକ(୨୨) ଓରଫ ତ୍ରିଲୋଚନ। ପଣ୍ଡା ନର୍ସିଂହୋମ୍ ନିକଟରେ ସେ ୨୫ ହଜାର ଟଙ୍କାର ଏହି ମୋ’ ସାଇକେଲକୁ ୫ଶହ ଟଙ୍କାରେ ବିକ୍ରି କରୁଥିବା ବେଳେ ପୁଲିସ ତାକୁ କାବୁ କରିଥିଲା।
ଗୁରୁତ୍ବପୂର୍ଣ୍ଣ କଥା ହେଲା, ସାଇକେଲ୍ଟି ୩ ଦିନ ତଳୁ ଚୋରି ହୋଇଥିଲେ ହେଁ ଏ ସଂପର୍କରେ ନା ସ୍ମାର୍ଟସିଟି ଲିମିଟେଡ୍ (ବିଏସ୍ସିଏଲ୍) ଜାଣିଛି ନା ସାଇକେଲ୍ ପରିଚାଳନା କରୁଥିବା ଠିକାସଂସ୍ଥା। ପ୍ରତି ସାଇକେଲ୍ରେ ଜିପିଏସ୍ ସିଷ୍ଟମ୍ ଲାଗିଥିବାରୁ ତାହାକୁ ଅତି ସହଜରେ ଟ୍ରାକ୍ କରାଯାଇପାରିବ। କିନ୍ତୁ ୩ଦିନ ତଳୁ ଗୋଟିଏ ସାଇକେଲ୍ ଚୋରି ହୋଇଯାଇଥିଲେ ହେଁ ସଂସ୍ଥା କେମିତି ଜାଣିପାରିଲା ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।




admin 