ଚର୍ଚ୍ଚାରେ କେଜ୍ରିୱାଲଙ୍କ ନିଯୁକ୍ତି ପୋର୍ଟାଲ

ଚର୍ଚ୍ଚାରେ କେଜ୍ରିୱାଲଙ୍କ ନିଯୁକ୍ତି ପୋର୍ଟାଲ

ଚର୍ଚ୍ଚାରେ କେଜ୍ରିୱାଲଙ୍କ ନିଯୁକ୍ତି ପୋର୍ଟାଲ
ନୂଆଦିଲ୍ଲୀ : କରୋନା ପାଇଁ ଅବସ୍ଥା ବିଗିଡ଼ି ଯାଇଛି । ନୂଆ ନିଯୁକ୍ତି ତ ଦୂରର କଥା, କମ୍ପାନୀଗୁଡ଼ିକ ଛଟେଇ ବି କରୁଥିବା ଦେଖିବାକୁ ମିଳିଛି । ତେବେ ଦିଲ୍ଲୀରେ ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସ୍ୱତନ୍ତ୍ର ନିଯୁକ୍ତି ପୋର୍ଟାଲ ଆରମ୍ଭ କରିଛନ୍ତି । ନିଯୁକ୍ତି ଦାତା ଓ କର୍ମଚାରୀଙ୍କ ମଧ୍ୟରେ ଏକ ସମନ୍ୱୟ ସ୍ଥାପନ ପାଇଁ ପୋର୍ଟାଲକୁ ଡିଜାଇନ କରାଯାଇଛି । ସେହିପରି ଯେଉଁ ଶ୍ରମିକମାନେ ଲକଡାଉନ ସମୟରେ ଦିଲ୍ଲୀ ଛାଡ଼ି ଦେଇଛନ୍ତି ସେମାନେ ଫେରି ଆସନ୍ତୁ ବୋଲି କେଜ୍ରିୱାଲ ନିବେଦନ କରିଛନ୍ତି । ଅନେକ ଶିଳ୍ପ ସଂସ୍ଥା କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତ ଥିଲେବି ମାନବସମ୍ବଳର ଅଭାବ ରହିଛି । କେଜି୍ରୱାଲ କହିଛନ୍ତିଯେ, ଯେଉଁ ୨ କୋଟି ଦିଲ୍ଲୀବାସୀ ନିଜର କଠିନ ପରିଶ୍ରମ ଓ ଯନô ଦ୍ୱାରା କରୋନାକୁ ନିୟନ୍ତ୍ରଣ କରିପାରିଛନ୍ତି ସେମାନେ ଏବେ ଦିଲ୍ଲୀ ଅର୍ଥନୀତିକୁ ଆଗେଇ ନେବେ । ଆମେ ପୁଣି ଟ୍ରାକକୁ ଫେରିବା ବୋଲି ସେ ପ୍ରକାଶ କରିଛନ୍ତି । ବିନା ଲକଡାଉନରେ ବି କରୋନା ସ୍ଥିତିରେ ଉନ୍ନତି ଘଟିପାରିଛି । ଏବେ ମାତ୍ର ୯% ସକ୍ରିୟ ରୋଗୀ ଥିବାବେଳେ ୮୮% ରୋଗୀ ସୁସ୍ଥ ହୋଇ ସାରିଛନ୍ତି ।