ଚନ୍ଦ୍ରାଣୀଙ୍କ ମୁର୍ମୁଙ୍କୁ ବ୍ୟବହାର କରାଯାଉଛି :ପ୍ରଦୀପ ମାଝୀ

ଚନ୍ଦ୍ରାଣୀଙ୍କ ମୁର୍ମୁଙ୍କୁ ବ୍ୟବହାର କରାଯାଉଛି :ପ୍ରଦୀପ ମାଝୀ

ଚନ୍ଦ୍ରାଣୀଙ୍କ ମୁର୍ମୁଙ୍କୁ ବ୍ୟବହାର କରାଯାଉଛି :ପ୍ରଦୀପ ମାଝୀ
ଚନ୍ଦ୍ରାଣୀଙ୍କ ମୁର୍ମୁଙ୍କୁ ବ୍ୟବହାର କରାଯାଉଛି :ପ୍ରଦୀପ ମାଝୀ ଭୁବନେଶ୍ୱର: ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ ଭିଡିଓକୁ ନେଇ ପୁଲିସର ତପôରତା ପ୍ରସଙ୍ଗରେ ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏକ ବଡ଼ ବୟାନ ଦେଇଛନ୍ତି । ଚନ୍ଦ୍ରାଣୀଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ବ୍ୟବହାର କରାଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି । ଶ୍ରୀ ମାଝୀ କହିଛନ୍ତି ଯେ, ବିଭିନ୍ନ ସମୟରେ ଚନ୍ଦ୍ରାଣୀଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ବ୍ୟବହାର କରାଯାଉଛି । ଏହା ଉପରେ ଆଦିବାସୀ ସମାଜ କଠୋର ଅଭିମୁଖ୍ୟ ନେବାକୁ ନିଷ୍ପତ୍ତି ନେଇଛି । ଆଗାମୀ ଦିନରେ ନବୀନ ନିବାସ ଘେରାଉ ପାଇଁ ଆଦିବାସୀ ସମାଜ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଚନ୍ଦ୍ରମା ଭୂମିଆ ଓ ଚନ୍ଦ୍ରାଣୀ ମୁର୍ମୁଙ୍କୁ ନ୍ୟାୟ ଦେବାକୁ ନବୀନ ନିବାସ ଘେରାଉ ନିଷ୍ପତ୍ତି ନିଆଯାଇଥିବା କଥା ଶ୍ରୀ ମାଝୀ କହିଛନ୍ତି । ସେହିପରି ଗଣମାଧ୍ୟମ ପ୍ରତି ଆକ୍ରୋଶମୂଳକ ପଦକ୍ଷେପକୁ ପ୍ରଦୀପ ମାଝୀ ନାପସନ୍ଦ କରି କହିଛନ୍ତି ଯେ, ଆଇନ ପରିସରରେ ରହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର । ଫେକ ଭିଡିଓ କିଏ କରିଥିଲା ତାକୁ ଧରାଯିବା ଉଚିତ । ଫେକ ଭିଡିଓ ମୂଳ ପର୍ୟ୍ୟନ୍ତ ଓଡ଼ିଶା ପୁଲିସ ଏଯାଏଁ ପହଞ୍ଚି ପାରିନଥିବା ଶ୍ରୀ ମାଝୀ କହିଛନ୍ତି ।