ଚକା ବାହାରିଯିବାରୁ ଓଲଟିଲା ବସ୍, ୨୫ଆହତ, ୭ଗୁରୁତର ।

ଚକା ବାହାରିଯିବାରୁ ଓଲଟିଲା ବସ୍, ୨୫ଆହତ, ୭ଗୁରୁତର ।

ଚକା ବାହାରିଯିବାରୁ ଓଲଟିଲା ବସ୍, ୨୫ଆହତ, ୭ଗୁରୁତର ।
ଗତକାଲି ବିଳମ୍ବିତ ରାତିରେ ଘଟିଛି ଏକ ବଡ ଧରଣର ଦୁର୍ଘଟଣା । ନୟାଗଡ଼ ଜିଲ୍ଲାର ନୁଆଗାଁ ପୁଲିସ ସୀମା ଅନ୍ତର୍ଗତ ଡିମିରିଜାରୀ ନିକଟରେ ଏକ ଟୁରିଷ୍ଟ ବସର ଚକା ବାହାରି ଯିବାରୁ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ପାଖାପାଖି ୨୫ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଛତିଶଗଡର ପ୍ରାୟ ୬୦ ଜଣ ଯାତ୍ରୀ ପୁରୀ ଶ୍ରୀମନ୍ଦିରକୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ସାରି ଫେରୁଥିବା ବେଳେ ହଠାତ ଟୁରିଷ୍ଟ ବସ୍ର ଚକା ବାହରି ଯିବାରୁ ଯାତ୍ରୀ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସ୍ଥାନୀୟଲୋକଙ୍କ ସହାୟତାରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆହତଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ଗୁରୁତର ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଏହି ଦୁର୍ଘଟଣା ଘଟିବା ପରେ ବସ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ପୁଲିସ ଗାଡିଟିକୁ ଜବତ କରି ତଦନ୍ତ ଚଳାଇଛି ।