ଡାକ୍ତରଖାନାରେ ଶବକୁ ଅସମ୍ମାନ

ଡାକ୍ତରଖାନାରେ ଶବକୁ ଅସମ୍ମାନ

ଡାକ୍ତରଖାନାରେ ଶବକୁ ଅସମ୍ମାନ
କୋରାପୁଟ: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଶବକୁ ଅସମ୍ମାନ କରାଯିବା ଭଳି ଘଟଣା ଘଟିଛି । ମହାପ୍ରୟାଣ ଗାଡ଼ି ନମିଳିବାରୁ ସକାଳ ୬ଟାରୁ ଜଣେ ମହିଳାଙ୍କ ଶବ ପଡ଼ିରହିଛି । ପ୍ରକାଶ ଯେ, ବୈପାରିଗୁଡ଼ା ଥାନା ପଣସପୁଟ ଗ୍ରାମର ଜଣେ କ୍ୟାନସରେ ପୀଡ଼ିତ ମହିଳାଙ୍କ ଆଜି ମେଡିକାଲରେ ମୃତୁ୍ୟ ହୋଇଥିଲା । ତେବେ ମେଡିକାଲ କର୍ତ୍ତୃପକ୍ଷ ମହାପ୍ରୟାଣ ଗାଡ଼ି ବ୍ୟବସ୍ଥା ନକରିବାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଗାଁକୁ ୭୦ କିମି ଦୂର ହୋଇଥିବାରୁ ସମ୍ପର୍କୀୟମାନେ ମୃତଦେହକୁ ରଖି ବସି ରହିଥିବା ଜଣାଯାଇଛି । ପାଖରେ ଟଙ୍କା ନଥିବାରୁ ସମ୍ପର୍କୀୟମାନେ ଗାଁକୁ ମୃତଦେହ ନେଇପାରୁନଥିବା ଜଣାଯାଇଛି ।