ଘୋଷଣା ହୋଇଛି ରାଜ୍ୟ ଚଳଚିତ୍ର ପୁରସ୍କାର

୨୦୨୦, ୨୦୨୧, ୨୦୨୨ ବର୍ଷ ପାଇଁ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଛନ୍ତି
୨୦୨୦ ମସିହା ପାଇଁ ସିନେମା ସହିଦ୍ ରଘୁ ସର୍ଦ୍ଦାର ଶ୍ରେଷ୍ଠ ସିନେମା ବିବେଚିତ ହୋଇଛି
ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସିନେମା ରୋମିଓ ରାଜା ପାଇଁ ରାକେଶ ସାମଲ
ଶ୍ରେଷ୍ଠ ଅଭିନେତା ଭାବେ ଦେବାଶିଷ ପାତ୍ର ଓ ଅମ୍ଲାନ୍ ଦାସ୍
ଶ୍ରେଷ୍ଠ ଅଭିନେତ୍ରୀ ଭାବେ କାବ୍ୟା କିରଣ ଶୁକ୍ଲା
ଶ୍ରେଷ୍ଠ କାହାଣୀକାର ଡଃ ବିଶ୍ୱନାଥ ପଟ୍ଟନାୟକ
ଶ୍ରେଷ୍ଠ ସଂଗୀତ ନିର୍ଦ୍ଦଶକ ଭାବେ ବୈଦନାଥ ଦାଶ ମନୋନୀତ ହୋଇଛନ୍ତି
ସେହିପରି ୨୦୨୧ ମସିହା ପାଇଁ ସିନେମା ପ୍ରତୀକ୍ଷା ଓ ଡାଲଚିନି ଶ୍ରେଷ୍ଠ ସିନେମା ଭାବେ ବିବେଚିତ ହୋଇଛି
ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସୁରେଶ ପଟ୍ଟନାୟକ
ଶ୍ରେଷ୍ଠ ଅଭିନେତା ଭାବେ ଅଙ୍କିତ୍ କୁମାର ଓ ଦ୍ୱୀପାନ୍ୱିତ ଦାଶ ମହାପାତ୍ର
ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସୂର୍ଯ୍ୟମୟୀ ମହାପାତ୍ର
ଶ୍ରେଷ୍ଠ କାହାଣୀକାର ଭାବେ ରଞ୍ଜନ ଦାସ ଓ ଗୌରହରି ଦାସ
ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ଅଭିଜିତ୍ ମଜୁମଦାର ମନୋନୀତ ହୋଇଛନ୍ତି
ସେହିପରି ୨୦୨୨ ମସିହା ପାଇଁ ସିନେମା ଦମନ ଶ୍ରେଷ୍ଠ ସିନେମା ଭାବେ ବିବେଚିତ ହୋଇଛି
ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସୁଧାଂଶୁ ମୋହନ ସାହୁ
ଶ୍ରେଷ୍ଠ ଅଭିନେତା ଭାବେ ବାବୁସାନ୍ ମହାନ୍ତି
ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଲୋପାମୁଦ୍ରା ମିଶ୍ର
ଶ୍ରେଷ୍ଠ କାହାଣୀକାର ଭାବେ ମିହିର ରଂଜନ ଆଚାର୍ଯ୍ୟ
ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ପଙ୍କଜ ଜାଲ୍ ମନୋନୀତ ହୋଇଛନ୍ତି