ଘର ଭିତରେ ନିଆଁ ଜାଳୁଛନ୍ତି କି...
ଘର ଭିତରେ ନିଆଁ ଜାଳୁଛନ୍ତି କି...
ଭୁବନେଶ୍ୱର: ଶୀତର ପ୍ରକୋପ ଦେଖି ଏ ବର୍ଷ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଅନ୍ୟ ସହର ତୁଳନାରେ ରାଜଧାନୀ ଦିଲ୍ଲୀରେ ଶୀତ ଅଧିକ ହୁଏ । ଏଥରକ କିନ୍ତୁ ଓଡ଼ିଶା ଲୋକେ ବି ଜାଡ଼ ଥଣ୍ଡାରେ ଅତିଷ୍ଠ ହୋଇଗଲେ । ଯାହା ଜଣାପଡ଼ୁଛି, ଆଉ କିଛି ବର୍ଷରେ ଅଧିକାଂଶ ଲୋକଙ୍କ ଘରେ ବିଦେଶୀ ଢ଼ାଞ୍ଚାରେ ନିଆଁ ଜାଳିବା ସ୍ଥାନ ରହିବ । ଏଇ ବର୍ଷ ଶୀତର ଦାଉରୁ ରକ୍ଷା ପାଇବାକୁ ରାସ୍ତା କଡ଼ରେ, ଛାତ ଉପରେ ନିଆଁ ପୋଇଁ ହେଉଥିଲେ । ବିଶେଷଜ୍ଞ ଦଳ ଏବେଠାରୁ ସତର୍କ କରାଇସାରିଛନ୍ତି । ନିଆଁ ପୋଇଁ ହେଲେ ବି ବିଭିନ୍ନ ରୋଗ ଆକ୍ରମଣ କରିପାରେ ।
- କୋଇଲା କିମ୍ବା କାଠ ଜଳିଲେ ଅଙ୍ଗାରକାମ୍ଳ ନିର୍ଗତ ହୁଏ, ଯାହା ଶରୀରକୁ ହାନି ପହଞ୍ଚାଇପାରେ । ଏମିତି ଭାବେ ନିଆଁ ପୋଇଁ ହେଲେ, ଶ୍ୱାସ ନଳୀ ରୁନ୍ଧି ହୋଇ ମୁଣ୍ଡ ଘୂରାଇବା, ନିଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ହୁଏ ।
- ଶ୍ୱାସ ରୋଗୀ ଓ ହୃଦରୋଗୀ ଏସବୁ ଜାଗାରୁ ଦୂରେଇ ରହିବା ଭଲ । ଅଧିକ ସମୟ ନିଆଁ ପାଖେ ବସିରହିଲେ, ଶରୀରରେ ହେମୋଗ୍ଲୋବିନର ମାତ୍ରା କମିବାର ଭୟ ବି ରହିଛି ।




admin 