ଘରେ ଲଗାନ୍ତୁ ଏହି ଗଛ, ଦୂର ହେବ ପ୍ରଦୂଷଣ
ଘରେ ଲଗାନ୍ତୁ ଏହି ଗଛ, ଦୂର ହେବ ପ୍ରଦୂଷଣ

ନୂଆଦିଲ୍ଲୀ: ଦିଲ୍ଲୀ, ମୁମ୍ବାଇରେ ପ୍ରଦୂଷଣ ସ୍ତର ବଢ଼ିବାରେ ଲାଗିଛି । ଲୋକଙ୍କ ପାଇଁ ନିଶ୍ୱାସ ନେବା କଷ୍ଟକର ପାଠ ହୋଇଯାଇଛି । ଏଥିରୁ ରକ୍ଷା ପାଇବାକୁ ଘର ଭିତରେ, ବାଲକୋନିରେ ବିଭିନ୍ନ ପ୍ରଜାତିର ଗଛ ଲଗାଇବାକୁ ପ୍ରଶାସନ ପରାମର୍ଶ ଦେଉଛି । ଘର ଭିତରେ ସୂର୍ଯ୍ୟକିରଣ ଠିକ୍ ଭାବେ ପଡେ଼ନି, ସେଥିପାଇଁ ସେଠି ଗଛ ବଢ଼ିବା ସହଜ କଥା ନୁହେଁ । ଅନ୍ଧାରୁଆ ଜାକାରେ ବଢ଼ିପାରିବା ଭଳି ଗଛଟେ ହେଉଛି ପିସ୍ ଲିଲି ।
ଘର ପାଇଁ ଏଇ ଗଛଟି ‘ବାୟୁ ବିଶୋଧକ’ ଭଳି କାମ କରେ । ପିସ୍ ଲିଲିକୁ ଘରର ଯେ କୌଣସି ସ୍ଥାନରେ ରଖିଲେ, ତାହା ବଢ଼ଇବାରେ ଅସୁବିଧା ହୁଏନି । ଯଦି ଗଛର ପତ୍ର ହଳଦିଆ ହେବ ତାକୁ ନେଇ ଛାଇ ଜାଗାରେ ରଖିଦେବେ । ପିସ୍ ଲିଲି କୁଣ୍ଡ ଗୋଟାପିଛା ୧୫୦-୨୦୦ ଟଙ୍କାରେ ବିକ୍ରି ହେଉଛି ।