ଗ୍ରୀଷ୍ମରେ ସ୍ବାଦିଷ୍ଟ ଗୋଲପ ଖିରି

ଗ୍ରୀଷ୍ମରେ ସ୍ବାଦିଷ୍ଟ ଗୋଲପ ଖିରି

ଗ୍ରୀଷ୍ମରେ ସ୍ବାଦିଷ୍ଟ ଗୋଲପ ଖିରି

ଭୁବନେଶ୍ୱର: ଖରାଦିନ ଆସିଲେ ସାଧାରଣତଃ ବହୁତ ଲୋକଙ୍କର ଖାଦ୍ୟପେୟରେ ଅସାବଧାନତା ଦେଖାଦିଏ । କେତେବେଳେ ଅଧିକ ଅରୁଚିକର ଖାଦ୍ୟ ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର ଡ଼ାଇଜେସନ ପ୍ରୋବଲେମ ହେଉଥିବା ବେଳେ, ଅନ୍ୟ କେତେକ କ୍ଷେତ୍ରରେ ସ୍ୱାସ୍ଥ୍ୟକର ଖାଦ୍ୟ ସମ୍ପର୍କରେ ଲୋକ ଜାଣିପାରନ୍ତି ନାହିଁ । ନିଜ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ରଖିବା ନିତ୍ୟାନ୍ତ ଜରୁରୀ ହୋଇପଡ଼ିଥାଏ । ସେହି ସ୍ୱାସ୍ଥ୍ୟକର ଓ ଟେଷ୍ଟି ଖାଦ୍ୟ ଉପରେ ଆସନ୍ତୁ ଜାଣିବା । ଗୋଲାପ ଏହାର ବାସ୍ନା ଯେପରି ଏହା ଦେଖିବାକୁ ମଧ୍ୟ ସେହିପରି ସୁନ୍ଦର । ଗୋଲାପର ସ୍ୱାଦ ଆମ ପେଟକୁ ଥଣ୍ଡା ରଖେ । ଗରମର ପ୍ରଭାବ ଧିରେ ଧିରେ ଆରମ୍ଭ ହେବାରେ ଲାଗିଲାଣି, ଏହି ସମୟରେ ଆପଣ ଘରେ ଗୋଲାପ ଖିରି ପ୍ରସ୍ତୁତ କରି ସପରିବାର ସିହିତ ଖାଇପାରିବେ ।

ଆବଶ୍ୟକ ସାମଗ୍ରୀ: ଖିରି ୨ଲିଟର, ଖୁଆ ୧କପ, ଚିନି ଅଧାକପ, ଭଲଭାବରେ ଧୁଆ ହୋଇଥିବା ଲାଲି ଗୋଲାପୀ ପାଖୁଡ଼ା ୧୦-୧୨ଟି, ୨ବଡ଼ ଚାମଚ ଚୂନାଚୂନା କଟା ପେସ୍ତାବାଦାମ, କିଶମିଶ, ୩ଟି ଗୁଜୁରାତି । 


ପ୍ରସ୍ତୁତି: ପ୍ୟାନକୁ ଚୁଲାରେ ବସାଇ ଅଧ କପ ପାଣିକୁ ଫୁଟାନ୍ତୁ । ସେଇ ସମୟରେ ୨ଟି ଗୁଜୁରାତିକୁ ଗୁଣ୍ଡ କରି ପାଣିରେ ମିଶାଇବେ । ଗୁଜୁରାତିର ବାସ୍ନା ଚତୁର୍ଦିଗରେ ମହକିବ । ଖିରକୁ ମିଶାଇ ୧୫ ମିନିଟ ଫୁଟାନ୍ତୁ । ପରେ ଖୁଆ ମିଶାଇ ୨୦ ମିନିଟ ଗରମ କରିବେ । ଫୁଟା ଖିରରେ ବହଳ ପରସ୍ତ ଦେଖାଯିବ । ସେହି ସମୟରେ ଗୋଲାପ ପତ୍ରକୁ ପକାଇବେ । ୫-୭ ମିନିଟ ମଧ୍ୟରେ ଖିରିର ରଙ୍ଗ ବଦଳିବା ସହିତ ବାସ୍ନା ମଧ୍ୟ ଜାଣିହେବ । ଶେଷରେ ଚିନି ପକାଇ ଗ୍ୟାସ ବନ୍ଦ କରିବେ । ହେି ଗରମ ଖିରିରେ ଚୂନାକଟା ବାଦାମ, କିଶମିଶ ଓ ଗୁଜୁରାତି ପକାଇ ରଖନ୍ତୁ । ଥଣ୍ଡା ହେବା ପରେ ‘ଗୋଲାପ ଖିରି’ର ମଜା ନିଅନ୍ତୁ ।