ଗ୍ରାମରକ୍ଷୀଙ୍କୁ ହତ୍ୟା କଲେ ମାଓବାଦୀ

ଗ୍ରାମରକ୍ଷୀଙ୍କୁ ହତ୍ୟା କଲେ ମାଓବାଦୀ

ଗ୍ରାମରକ୍ଷୀଙ୍କୁ ହତ୍ୟା କଲେ ମାଓବାଦୀ


ମୁନିଗୁଡ଼ା: ମାତିଲେ ମାଓବାଦୀ । ଗ୍ରାମରକ୍ଷୀଙ୍କୁ ହତ୍ୟା କଲେ । ଏଭଳି ବର୍ବରକାଣ୍ଡ ଘଟିଛି ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନାର ଟିକରପଧଡ଼ା ଗାଁରେ। ଗତ ରାତିରେ ଇନଫର୍ମର ସନ୍ଦେହରେ ଜଣେ ଗ୍ରାମରକ୍ଷୀକୁ ମାଓବାଦୀ ହତ୍ୟା କରିଛନ୍ତି। ଗ୍ରାମରକ୍ଷୀ ହେଲେ ସନ୍ତୋଷ ଦଣ୍ଡସେନା। ହତ୍ୟା ପରେ ମୃତଦେହ ନିକଟରେ ପୋଷ୍ଟର ମଧ୍ୟ ଛାଡି ଯାଇଛନ୍ତି। ବାଶଧାରା- ଘୁମୁସର- ନାଗାବଳି ଡିଭିଜିନାଲ କମିଟି ତରଫରୁ ଏହି ପୋଷ୍ଟର ଛଡାଯାଇଛି। ଏହି ପୋଷ୍ଟରରେ ଲେଖାଯାଇଛି ଯେ, ଆଗରୁ ସନ୍ତୋଷକୁ ବହୁବାର ତାଗିତ କରାଯାଇଥିଲା। ତଥାପି ସନ୍ତୋଷ ଇନଫରମର ସାଜିଥିଲେ ଓ ଅଞ୍ଚଳର କିଛି ଯୁବକଙ୍କୁ ଟଙ୍କା ଲୋଭ ଦେଖାଇ ଇନଫରମର ତିଆରି କରିବାରେ ମୁଖ୍ୟ ଭୂମିକା ସାଜିଥିଲେ। ତେଣୁ ସନ୍ତୋଷଙ୍କୁ ହତ୍ୟା କରାଯାଇଛି । ଅନ୍ୟମାନେ ଯଦି କ୍ଷମା ନ ମାଗନ୍ତି ତେବେ ସେମାନଙ୍କୁ ମଧ୍ୟ ସନ୍ତୋଷ ଭଳି ଶାସ୍ତି ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଗତକାଲି ରାତି ପ୍ରାୟ ୧୦ଟାରେ ମାଓବାଦୀମାନେ ଆସି ସନ୍ତୋଷକୁ ଡାକିନେଇ ଗାଁଠୁ ୫୦ ମିଟର ଦୁରରେ ହତ୍ୟା କରିଥିବା ସୂଚନା ମିଳିଛି।