ଘାସ ଉପାଡ଼ୁଥିବା ବେଳେ ଗୋଡ଼ାଇଲେ ମୋହୁ ମାଛି, ଚାଲିଗଲା ଶିଶୁର ଜୀବନ

ଘାସ ଉପାଡ଼ୁଥିବା ବେଳେ ଗୋଡ଼ାଇଲେ ମୋହୁ ମାଛି, ଚାଲିଗଲା ଶିଶୁର ଜୀବନ

କଳାହାଣ୍ଡି: ପରିବାର ଲୋକ ଘାସ ଉପାଡ଼ୁଥିଲେ। ନିକଟରେ ଥିଲା ଶିଶୁକନ୍ୟା। ଜମିରେ ଘାସ ଉପାଡ଼ୁଥିବା ସମୟରରେ ଗୋଡ଼ାଇଲେ ମହୁମାଛି। ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ। ଏଥିରେ ଚାଲିଗଲା ୩ ବର୍ଷର ଶିଶୁ କନ୍ୟାର ଜୀବନ। : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ବଡ଼ଛତ୍ରଙ୍ଗ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ମହୁମାଛି ଆକ୍ରମଣରେ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ବଡ଼ଛତ୍ରଙ୍ଗ ଗ୍ରାମର ଧନାଇ ରାଉତ (୫୦) ସକାଳ ୧୦ଟାରେ ଏଥିରେ ଧନାଇ ରାଉତଙ୍କ ପୁଅ ମୀନକେତନ (୨୫), ବୋହୂ ସୁଶୀଳା (୨୨) ଓ ତିନିବର୍ଷର ନାତୁଣୀ ତପସ୍ବିନୀ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତପସ୍ବିନୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଲାଗି ରହିଥିବା ଜମିରେ କାମ କରୁଥିବା ବାହାଦୁର ମାଝୀ (୫୦) ମଧ୍ୟ ମହୁମାଛି ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ୪ ଜଣ ଏବେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।