ଗୌତମବୁଦ୍ଧ ଦାସ ହେଲେ ବିଜେଡ଼ି ମିଡ଼ିଆ ପାନେଲିଷ୍ଟ
ଗୌତମବୁଦ୍ଧ ଦାସ ହେଲେ ବିଜେଡ଼ି ମିଡ଼ିଆ ପାନେଲିଷ୍ଟ
ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ ବିଜୁ ଜନତା ଦଳରେ ଯୋଗଦାନ କରିବା ପରେ ତାଙ୍କୁ ଦଳ ପକ୍ଷରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏସଂକ୍ରାନ୍ତରେ ଏକ ପ୍ରେସ ବିବୃତି ଜରିଆରେ ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଜଣାଇଛନ୍ତିଯେ, ଗୌତମବୁଦ୍ଧ ଦାସ, ଲୋରା ମହାପାତ୍ର ଓ ସ୍ୱାଗତିକା ମହାନ୍ତିଙ୍କୁ ବିଜେଡ଼ିର ମିଡ଼ିଆ ପାନେଲିଷ୍ଟ ଭାବେ ନିଯୁକ୍ତ କରାଯାଇଛି । ଏହି ନେତାନେତ୍ରୀମାନେ ଟିଭି ବିତର୍କରେ ବିଜେଡ଼ି ପକ୍ଷରୁ ଅଂଶଗ୍ରହଣ କରିପାରିବେ ।
ପୂର୍ବରୁ ପ୍ରତାପ ଦେବ, ଚନ୍ଦ୍ରଶେଖର ସାହୁ, ରମେଶ ଚନ୍ଦ୍ର ମାଝୀ, ସ୍ନେହାଗିନୀ ଛୁରୀଆ, ବ୍ୟୋମକେଶ ରାୟ, ରାସେଶ୍ୱରୀ ପାଣିଗ୍ରାହୀ, କସ୍ତୁରୀ ମହାପାତ୍ର, ଅନୁଭବ ପଟ୍ଟନାୟକ, ଲେନିନ ମହାନ୍ତି, ସଂଜୟ ବାବୁ, ସୁଲତା ଦେଓ, ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ଏଲିନା ଦାସ ପ୍ରମୁଖଙ୍କୁ ମୁଖପାତ୍ର ଦାୟିତ୍ୱ ଦିଆଯାଇଥିଲା ।




admin 