ଗୋଟିଏ କାଣ୍ଡରେ ୮୩୯ଟି ଟମାଟୋ ଫଳାଇ ରେକର୍ଡ

ଗୋଟିଏ କାଣ୍ଡରେ ୮୩୯ଟି ଟମାଟୋ ଫଳାଇ ରେକର୍ଡ

ଗୋଟିଏ କାଣ୍ଡରେ ୮୩୯ଟି ଟମାଟୋ ଫଳାଇ ରେକର୍ଡ

ଲଣ୍ଡନ: ଗୋଟିଏ ଟମାଟୋ ଗଛରେ ଫଳିଛି ୮୩୯ ଟମାଟୋ। ଏମିତି ଫଳ ଫଳେଇ ରେକର୍ଡ କରିଛନ୍ତି  ଇଂଲଣ୍ଡର ଷ୍ଟାନଷ୍ଟେଡ ଆବଟସର ଡଗଲାସ ସ୍ମିଥ ନାମକ ଜଣେ ଆଇଟି ପ୍ରଫେସନାଲ ତଥା ଉଦ୍ୟାନବିତ । ପୂର୍ବରୁ ଗ୍ରାହାମ ଟାଣ୍ଟରଙ୍କ ନାମରେ ଏହି ରେକର୍ଡ ଥିଲା । ୨୦୧୦ରେ ସେ ଗୋଟିଏ କାଣ୍ଡରୁ ୪୪୮ଟି ଟମାଟୋ ଫଳାଇଥିଲେ । ବର୍ତ୍ତମାନ ଡଗଲାସ ତା’ଠାରୁ ପ୍ରାୟ ୨ ଗୁଣ ଟମାଟୋ ଫଳାଇ ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛନ୍ତି । କେବଳ ଗିନିଜ କର୍ତ୍ତୃପକ୍ଷ ତାଙ୍କର ଦାବିକୁ ଯାଞ୍ଚ କରି ସତ୍ୟାପନ କରିବା ବାକି ଅଛି । ଡଗଲାସ ହେଉଛନ୍ତି ବୃତ୍ତିରେ ଜଣେ ଆଇଟି ପ୍ରଫେସନାଲ ଓ ପ୍ରବୃତ୍ତିରେ ଉଦ୍ୟାନବିତ । ସେ ମଞ୍ଜିରୁ ଟମାଟୋ ଗଛ ଉତାରି ସେଥିରୁ ଅସମ୍ଭବ ସଂଖ୍ୟକ ଟମାଟୋ ପଳାଇବାରେ ସକ୍ଷମ ହୋଇଛନ୍ତି । ଗତ ମାର୍ଚ୍ଚରେ ଟମାଟୋ ଗଛ ଲଗାଇଥିଲେ ଏବଂ ତାକୁ ଗ୍ରୀନ ହାଉସ ଭିତରେ ରଖିଛନ୍ତି । ଗତ ବର୍ଷ ମଧ୍ୟ ବିଶ୍ୱର ସବୁଠୁ ବଡ ଆକାରର ଟମାଟୋ ଫଳାଇ ସେ ଗଣମାଧ୍ୟମରେ ଶିରୋନାମା ପାଲଟିଥିଲେ । ଏହି ଟମାଟୋର ଓଜନ ଥିଲା ୩.୧ କିଲୋଗ୍ରାମ ।