ଗାନ୍ଧୀ ଜୟନ୍ତରୁ ଆରମ୍ଭ ‘ମୋ ସରକାର’
ଗାନ୍ଧୀ ଜୟନ୍ତରୁ ଆରମ୍ଭ ‘ମୋ ସରକାର’
admin
Sep 14, 2019 - 09:05
Updated: Sep 14, 2019 - 09:05
ଭୁବନେଶ୍ୱର: ଏଣିକି ସେବା ପାଇଁ ନାଗରିକ ସରକାରଙ୍କ ପଛରେ ଗୋଡ଼ାଇବେ ନାହିଁ । ଯୋଗାଯୋଗ କରି ଥାନାଧିକାମାନେ ନାଗରିକଙ୍କୁ ସେବା ଯୋଗାଇ ଦେବେ । ଏଭଳି କରୁଥିବା ଥାନାଧିକାରୀଙ୍କୁ ପୁରସ୍କୃତ କରାଯିବ ଆଉ ଏଥିରେ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆସନ୍ତା ଗାନ୍ଧୀ ଜୟନ୍ତରୁ ଆରମ୍ଭ ହେବାକୁ ଥିବା ‘ମୋ ସରକାର’ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଶନିବାର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀ ନପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ‘ମୋ ସରକାର’ କାର୍ଯ୍ୟକାରିତା ନେଇ ବିଭିନ୍ନ ଥାନାର ଆଇଆଇସିଙ୍କୁ ଅବଗତ କରାଯାଇଥିଲା । ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ମୋଟ ୬୩୫ ଥାନା ଆଇଆଇସିଙ୍କୁ ଅବଗତ କରାଯାଇଥିଲା । ଏହି ବୈଠକରେ ୫-ଟିରେ ଭଲ କାମ କଲେ ପୁଲିସ ଅଧିକାରୀଙ୍କୁ ପଦୋନ୍ନତି ଦିଆଯିବ ବୋଲି ସୂଚନା ଦିଆଯାଇଥିଲା ।
ସବୁଠାରୁ ବଡ଼ କଥା ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଣିକି ପ୍ରତ୍ୟେକ ଦିନ ୧୦ ଅଭିଯୋଗକାରୀଙ୍କ ସହ ସିଧା କଥା ହେବେ । ଖାଲି ସେତିକି ନୁହେଁ ଥାନାରେ ବ୍ୟବହାର ଓ ସେବା ନେଇ ମୁଖ୍ୟମନ୍ତ୍ରୀ ପଚାରି ବୁଝିବେ । ଭଲ କାମ କରିଥିଲେ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା ପତ୍ର ଦେବେ । କାମ ସନ୍ତୋଷଜନକ ନହୋଇଥିଲେ ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଭିଯୋଗକାରୀଙ୍କ ଫୋନ ନମ୍ବର ପଞ୍ଜିକରଣ ହେବ । ପଞ୍ଜିକୃତ ଫୋନ ନମ୍ବର ଏସପିଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପହଞ୍ଚିବ । ସେବା ପାଇଁ ନାଗରିକ ଏବେ ସରକାରଙ୍କ ପଛରେ ଗୋଡ଼ାଇବେ ନାହିଁ । ଯୋଗାଯୋଗ କରି ଅଧିକାରୀମାନେ ନାଗରିକଙ୍କୁ ସେବା ଯୋଗାଇ ଦେବେ । ଅଭିଯୋଗକାରୀ କେବଳ ଥାନାକୁ ଆସିବେ, ଆଉ କେଉଁଠିକୁ ଯିବେନି । ‘ମୋ ସରକାର’ ଯୋଜନାରେ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯିବ ।