ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲ ପକ୍ଷରୁ ଶତାଧିକ ବିମାନ ଆକ୍ରମଣ, ୪୩ ମୃତ

ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲ ପକ୍ଷରୁ ଶତାଧିକ ବିମାନ ଆକ୍ରମଣ, ୪୩ ମୃତ

ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲ ପକ୍ଷରୁ ଶତାଧିକ ବିମାନ ଆକ୍ରମଣ, ୪୩ ମୃତ
ଗାଜା /ଜେରୁଜେଲମ: ଗାଜା ଷ୍ଟ୍ରିପ ଉପରେ ବୁଧବାର ଇସ୍ରାଏଲ ପକ୍ଷରୁ ଶତାଧିକ ବିମାନ ଆକ୍ରମଣ ହୋଇଛି । ସେହିପରି ପାଲେଷ୍ଟାନୀୟ ଉଗ୍ରବାଦୀମାନେ ଇସ୍ରାଏଲରେ ତେଲ ଆଭିଭ ଓ ବୀର୍ସେବା ସହର ଉପରେ ମଧ୍ୟ ସଂଖ୍ୟାଧିକ ରକେଟମାଡ଼ କରିଛନ୍ତି । ଏଥିରେ ଗାଜାରେ ୪୩ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ଇସ୍ରାଏଲର ମଧ୍ୟ ୬ ଜଣ ନାଗରିକ ପ୍ରାଣ ହରାଇଛନ୍ତି । ଗାଜାରେ ଏକ ବିରାଟ ଅଟ୍ଟାଳିକାରେ ରହୁଥିବା ଲୋକଙ୍କୁ ଖାଲି କରିବାକୁ ଇସ୍ରାଏଲ ଚେତାବନୀ ଦେବା ସତ୍ତ୍ୱେ ସେମାନେ ତାହା ନକରିବାରୁ ବିମାନ ଆକ୍ରମଣରେ ତାହା ଭଗ୍ନସ୍ତୂପ ପାଲଟିଯାଇଛି । ଏହି ଆକ୍ରମଣରେ ଇସଲାମୀୟ ଗୋଷ୍ଠୀ ହମାସର କିଛି ପ୍ରମୁଖ ନେତାଙ୍କୁ ନିଶାଣ କରାଯାଇଥିବା ଇସ୍ରାଏଲ ଦାବି କରିଛି । ହମାସ ଓ ଇସ୍ରାଏଲ ମଧ୍ୟରେ ୨୦୧୪ ଯୁଦ୍ଧ ପରଠାରୁ ବୁଧବାରର ବିମାନ ଆକ୍ରମଣ ସଦ୍ୟ ବୃହତ୍ତମ ଘଟଣା ବୋଲି କୁହାଯାଉଛି । ତେବେ ଆତଙ୍କବାଦୀମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି । ଅପରପକ୍ଷେ, ଏହାର ମୁକାବିଲା ପାଇଁ ହମାସ ପ୍ରସ୍ତୁତ ରହିଛି ବୋଲି ଏହାର ନେତା ଇସମାଇଲ ହାନିୟେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ।