ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲ ପକ୍ଷରୁ ଶତାଧିକ ବିମାନ ଆକ୍ରମଣ, ୪୩ ମୃତ
ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲ ପକ୍ଷରୁ ଶତାଧିକ ବିମାନ ଆକ୍ରମଣ, ୪୩ ମୃତ
admin
May 13, 2021 - 07:28
Updated: May 13, 2021 - 07:28
ଗାଜା /ଜେରୁଜେଲମ: ଗାଜା ଷ୍ଟ୍ରିପ ଉପରେ ବୁଧବାର ଇସ୍ରାଏଲ ପକ୍ଷରୁ ଶତାଧିକ ବିମାନ ଆକ୍ରମଣ ହୋଇଛି । ସେହିପରି ପାଲେଷ୍ଟାନୀୟ ଉଗ୍ରବାଦୀମାନେ ଇସ୍ରାଏଲରେ ତେଲ ଆଭିଭ ଓ ବୀର୍ସେବା ସହର ଉପରେ ମଧ୍ୟ ସଂଖ୍ୟାଧିକ ରକେଟମାଡ଼ କରିଛନ୍ତି । ଏଥିରେ ଗାଜାରେ ୪୩ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ଇସ୍ରାଏଲର ମଧ୍ୟ ୬ ଜଣ ନାଗରିକ ପ୍ରାଣ ହରାଇଛନ୍ତି । ଗାଜାରେ ଏକ ବିରାଟ ଅଟ୍ଟାଳିକାରେ ରହୁଥିବା ଲୋକଙ୍କୁ ଖାଲି କରିବାକୁ ଇସ୍ରାଏଲ ଚେତାବନୀ ଦେବା ସତ୍ତ୍ୱେ ସେମାନେ ତାହା ନକରିବାରୁ ବିମାନ ଆକ୍ରମଣରେ ତାହା ଭଗ୍ନସ୍ତୂପ ପାଲଟିଯାଇଛି । ଏହି ଆକ୍ରମଣରେ ଇସଲାମୀୟ ଗୋଷ୍ଠୀ ହମାସର କିଛି ପ୍ରମୁଖ ନେତାଙ୍କୁ ନିଶାଣ କରାଯାଇଥିବା ଇସ୍ରାଏଲ ଦାବି କରିଛି । ହମାସ ଓ ଇସ୍ରାଏଲ ମଧ୍ୟରେ ୨୦୧୪ ଯୁଦ୍ଧ ପରଠାରୁ ବୁଧବାରର ବିମାନ ଆକ୍ରମଣ ସଦ୍ୟ ବୃହତ୍ତମ ଘଟଣା ବୋଲି କୁହାଯାଉଛି । ତେବେ ଆତଙ୍କବାଦୀମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି । ଅପରପକ୍ଷେ, ଏହାର ମୁକାବିଲା ପାଇଁ ହମାସ ପ୍ରସ୍ତୁତ ରହିଛି ବୋଲି ଏହାର ନେତା ଇସମାଇଲ ହାନିୟେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ।