ଗିରଫ ହେଲେ ଏୟାର ଇଣ୍ଡିଆର କ୍ୟାବିନ୍ କ୍ରୁ , ଜାଣନ୍ତୁ କାହିଁକି
କୋଚି: ସୁନା ଚୋରା ଚାଲାଣ କରୁଥିବା କାରଣରୁ ବୁଧବାର ଦିନ କେରଳର କୋଚି ବିମାନ ବନ୍ଦରରେ ‘ଏୟାର୍ ଇଣ୍ଡିଆ’ର ଜଣେ କ୍ୟାବିନ୍ କ୍ରୁ’ଙ୍କୁ ଗିରଫ କରାଯାଇଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।ସୀମା ଶୁଳ୍କ ଅଧିକାରୀମାନଙ୍କଦ୍ବାରା ଗିରଫ ହୋଇଥିବା କ୍ୟାବିନ୍ କ୍ରୁ’ ହେଉଛନ୍ତି ୱୟନାଡ଼ବାସୀ ଶାଫି। ତାଙ୍କ ନିକଟରୁ ୧,୪୮୭ ଗ୍ରାମ୍ ସୁନା ଜବତ କରାଯାଇଛି।
ବାହାରିନ୍-କୋଝିକୋଡ଼-କୋଚି ବିମାନର ଅନ୍ୟତମ କ୍ୟାବିନ୍ କ୍ରୁ’ ଶାଫି ସୁନା ଆଣୁଥିବା କଥା ‘କଷ୍ଟମ୍ସ୍ ପ୍ରିଭେଣ୍ଟିଭ୍ କମିସନ୍ରେଟ୍’ ଗୁପ୍ତରେ ସୂଚନା ପାଇଥିଲା।ଅଭିଯୁକ୍ତ ଶାଫି ସୁନାତକ ନିଜ ହାତରେ ଗୁଡ଼ାଇ ରଖିବା ପରେ ପିନ୍ଧିଥିବା ପୂରା-ସାର୍ଟର ହାତରେ ବୋତାମ ଦେଇ ଆବୃତ କରି ଗ୍ରିନ୍ ଚାନେଲ୍ ଅତିକ୍ରମ କରିଯାଇଥିଲେ।
ଏବେ ତାଙ୍କୁ ଅଧିକ ପଚରା ଉଚରା କରାଯାଉଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।




admin 