ଗଧଠାରୁ ଶିଖନ୍ତୁ ଏହି କଥା, ସଫଳତା ପାଇବେ

ଗଧଠାରୁ ଶିଖନ୍ତୁ ଏହି କଥା, ସଫଳତା ପାଇବେ

ଗଧଠାରୁ ଶିଖନ୍ତୁ ଏହି କଥା, ସଫଳତା ପାଇବେ


ଆଚାର୍ୟ୍ୟ ବିଷ୍ଣୁଗୁପ୍ତ ଚାଣକ୍ୟ ନିଜର ଗୁଣରେ ରାଜନୀତି ବିଶାରଦ, ଆଚାର-ବିଚାରରେ କୁଟନୀତିଜ୍ଞ ରୂପରେ ଜଣାଯାଆନ୍ତି। ଚାଣକ୍ୟଙ୍କ ଜନ୍ମ ନାମ ବିଷ୍ଣୁଗୁପ୍ତ ରଖାଯାଇଥିଲା ଓ ଚାଣକ୍ୟ ଆଚାର୍ୟ୍ୟଙ୍କ ପୁଅ ହେବା କାରଣରୁ ସେ ‘ଚାଣକ୍ୟ’ ବୋଲି ପରିଚିତ ହେଲେ। ଆଚାର୍ୟ୍ୟ ଚାଣକ୍ୟ ଚନ୍ଦ୍ରଗୁପ୍ତ ମୋର୍ୟ୍ୟଙ୍କ ମହାମନ୍ତ୍ରୀ, ଗୁରୁ ଏବଂ ସଂସ୍ଥାପକ ଥିଲେ। ଆଚାର୍ୟ୍ୟ ଚାଣକ୍ୟ ମୋର୍ୟ୍ୟ ବଂଶର ରାଜନୈତିକ ଗୁରୁ ଥିଲେ। ୨୫୦୦ ଖ୍ରୀଷ୍ଟ ପୂର୍ବରେ ଆଚାର୍ୟ୍ୟ ଚାଣକ୍ୟ ଅର୍ଥଶାସ୍ତ୍ର, ଲଘୁ ଚାଣକ୍ୟ, ବୃଦ୍ଧ ଚାଣକ୍ୟ, ଚାଣକ୍ୟ-ନୀତି ଶାସ୍ତ୍ର ଲେଖିଥିଲେ। ଆଚାର୍ୟ୍ୟ ଚାଣକ୍ୟଙ୍କ କୁଟନୀତି ଆଜିର ସମୟରେ ବିଲକୁଲ ସଠିକ। ଅଶ୍ବିନୀ ପରାସରଙ୍କ ବହି ‘ଚାଣକ୍ୟ ନୀତି’ ଅନୁସାରେ, ଚାଣକ୍ୟ-ନୀତି ଶାସ୍ତ୍ରର ଷଷ୍ଠ ଅଧ୍ୟାୟରେ ଆଚାର୍ୟ୍ୟ ଚାଣକ୍ୟଙ୍କୁ କହିଥିଲେ ପ୍ରତି ମଣିଷ ଗଧଠାରୁ ତିନି ଗୁଣା ଶିଖିବା ଦରକାର। ଯଦି କୌଣସି ବ୍ୟକ୍ତି ଏହି ତିନୋଟି କଥା ନିଜ ଜୀବନରେ ବ୍ୟବହାର କରେ ତେବେ ସେ ଜୀବନରେ କେବେ ଧୋକ୍କା ଖାଏନି ଓ ତାକୁ ସଫଳତା ମିଳିବ।

ଆଳସ୍ୟ ତ୍ୟାଗ କର: ଆଚାର୍ୟ୍ୟ ଚାଣକ୍ୟ କହିଛନ୍ତି, ଯେଉଁଭଳି ଭାବରେ ଗଧ ଅଧିକ ଥକି ଯିବା ପରେ ମଧ୍ୟ ବୋଝ ବୋହି ଚାଲିଥାଏ, ଆଳସ୍ୟ କରେନି। ସେଭଳି ବୁଧିମାନ ବ୍ୟକ୍ତିକୁ ମଧ୍ୟ ଆଳସ୍ୟ ନକରି ନିଜର ଲକ୍ଷ୍ୟ ପ୍ରାପ୍ତି କରିବା ପାଇଁ ସବୁବେଳେ ଚେଷ୍ଟା କରିବା ଦରକାର। ଏହା ସହିତ କେବେ ବି ନିଜର ଲକ୍ଷ୍ୟରୁ ବିଚ୍ୟୁତ ହେବା ଉଚିତ ନୁହେଁ।

ପାଗ ପରିବର୍ତ୍ତନକୁ ଭୟ କରନି: ଆଚାର୍ୟ୍ୟ ଚାଣକ୍ୟ କହିଛନ୍ତି, ଗଧ ସବୁ ପାଗରେ ଓ ସବୁ ସ୍ଥିତିରେ ନିଜର କାମ କରିଥାଏ। ଠିକ୍ ସେଭଳି ମଣିଷକୁ ମଧ୍ୟ ସବୁ ପ୍ରତିକୂଳ ପରିସ୍ଥିତିରେ ନିଜର କାମ କରିବା ଦରକାର। ଶୀତ, ଖରା କିମ୍ବା ବର୍ଷା ପାଗ ହେଉ ପଛେ କେଉଁଥିରେ ବିଚଳିତ ନହୋଇ ନିଜର ଲକ୍ଷ୍ୟରେ ପହଁଞ୍ଚିବା ଦରକାର।

ସନ୍ତୋଷର ସହ ଆଗକୁ ବଢିବା ଦରକାର: ଗଧ ଯେଉଁଭ ସନ୍ତୁଷ୍ଟ ହୋଇ ଯେ କୌଣସି ସ୍ଥାନରେ ଚରିଥାଏ,ଠିକ୍ ସେଭଳି ବୁଦ୍ଧିମାନ ବ୍ୟକ୍ତିକୁ ମଧ୍ୟ ସବୁବେଳେ ଖୁସି ରହିବା ଦରକାର। ବ୍ୟକ୍ତିକୁ ଫଳର ଚିନ୍ତା ନକରି ସନ୍ତୋଷର ସହ କାମ କରିବା ଦରକାର।